ସଟଡାଉନ ନିୟମ ଭାଙ୍ଗିଥିବା ୬୫ ଜଣ ଲୋକଙ୍କୁ ଭୁବନେଶ୍ୱର କ୍ୱାରେଣ୍ଟାଇନ ସେଣ୍ଟରରେ ରଖିବ ପୋଲିସ

ଭୁବନେଶ୍ୱର (କେନ୍ୟୁଜ) : ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଁଚିବା ପରେ ରାଜ୍ୟ ସରକାର ଭୁବନେଶ୍ୱର, କଟକ ଏବଂ ଭଦ୍ରକକୁ ସଟଡାଉନ ଘୋଷଣା କରିଛନ୍ତି। ଏହିସମୟରେ କେହି ଘରୁ ନ ବାହାରିବାକୁ ଅନୁରୋଧ କରିଛନ୍ତି ରାଜ୍ୟ ସରକାର। କିନ୍ତୁ କିଛି ଅମାନିଆ ଲୋକେ ଏହି ନିୟମକୁ ନ ମାନି ନିୟମ ଭାଙ୍ଗି ସଟଡାଉନରେ ବାହାରେ ବୁଲୁଛନ୍ତି। ଭୁବନେଶ୍ୱରରେ ବାହାରେ ବୁଲୁଥିବା ୬୫ ଜଣ ଲୋକଙ୍କୁ ପୋଲିସ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖିବ। ସେମାନଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଏହି କ୍ୱାରେଣ୍ଟାଇନ ହାଉସରେ ରଖାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.