ରାତିର ଅନ୍ଧରରେ ଲୁଚି ଲୁଚି ନ୍ୟୁଟ୍ରେଲା ଚାଟୁଛନ୍ତି ଦୀପିକା, ଫଟୋ ପୋଷ୍ଟ କରି ରଣବୀର ଲେଖିଲେ ଏପରି

ବଲିଉଡର ସବୁଠାରୁ ଚର୍ଚ୍ଚିତ ଯୋଡି ମାନଙ୍କ ମଧ୍ୟରୁ ଗୋଟିଏ ରଣବୀର-ଦୀପିକା ନିଜର କ୍ୱାରେନଟାଇନକୁ ଭିନ୍ନ ଭାବେ ପାଳନ କରୁଥିବା ଦେଖିବାକୁ ମିଳିଛି । ଏ ଦୁହେଁ ସୋସିଆଲ ମିଡ଼ିଆରେ ପ୍ରାୟତଃ ଆକ୍ଟିଭ ହୋଇ ରହିଥାନ୍ତି । ଦୀପିକା ଜଣେ ଭଲ ଅଭିନେତ୍ରୀ ହେବା ସହିତ ଖାଇବା ପିଇବାର ମଧ୍ଯ ସୌଖୀନ ଅଟନ୍ତି । ତେବେ ଦୀପିକାଙ୍କୁ ଚକୋଲେଟ୍ ଖାଇବା ବହୁତ୍ ପସନ୍ଦ ତେଣୁ ଆଜିକାଲି ସେ ନ୍ୟୁଟ୍ରେଲା ଖାଇ ନିଜର କ୍ୱାରେନଟାଇନକୁ ଏଞ୍ଜୟ କରୁଥିବା ଦେଖିବାକୁ ମିଳିଛି ।

 

View this post on Instagram

 

In the dead of the night, she devoured Khilji ! Revenge is sweet indeed ! 😆 #sneakysneaky #caughtintheact @deepikapadukone

A post shared by Ranveer Singh (@ranveersingh) on


ନିକଟରେ ରଣବୀର ଦୀପିକାଙ୍କର ନ୍ୟୁଟ୍ରେଲା ଖାଉଥିବା ଫଟୋ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଯାହାକି ବର୍ତ୍ତମାନ ଭାଇରାଲ୍ ହେବାରେ ଲାଗିଛି । ତେବେ ଏହି ଫଟୋକୁ ସେୟାର କରିବା ସହ ରଣବୀର ଲେଖିଛନ୍ତି ରାତିର ଅନ୍ଧକାରରେ ସେ ଖିଲଜୀକୁ ଖାଇଗଲେ କିନ୍ତୁ ଏହା ବହୁତ ମିଠା ପ୍ରତିଶୋଧ । ରଣବୀରଙ୍କ ଏହି ଫନୀ ପୋଷ୍ଟକୁ ଲୋକମାନେ ବହୁତ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ସୁଚନା ଅନୁଯାୟୀ ରଣବୀର ଓ ଦୀପିକା ତାଙ୍କର ଆଗାମୀ ଫିଲ୍ମ ’83’ ରେ ନଜର ଆସିବାକୁ ଯାଉଛନ୍ତି । ତେବେ କରୋନା କାରଣରୁ ଏହାକୁ ରୋକି ଦିଆଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.