ଶାଳିଆ ନଦୀର ପ୍ରଖର ସ୍ରୋତରେ ଭାସିଗଲେ ୬୫ବର୍ଷିୟ ବ୍ୟକ୍ତି

ଟାଙ୍ଗୀ(କେନ୍ଯୁଜ୍):  ପୁଣି ଏକ ହୃଦୟ ବିଦରକ ଘଟଣା ଲୋକ ଲୋଚନକୁ ଆସିଛି । ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଆଜି ଜଣେ ବୟସ୍କ ବ୍ୟକ୍ତି ଶୌଚ ପାଇଁ ନଈକୁ ଯାଇଥିବା ସମୟରେ ପାଣିର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିବା ଜଣାପଡିଛି।

ସୂଚନା ମୁତାବକ ଆଜି ସକାଳେ ବାଣପୁର ବ୍ଲକ୍ ତୁମୁରପୁଟ ପଞ୍ଚାୟତ ମାଣିକପୁର ଗ୍ରାମର ଚରଣ ବେହେରା (୬୦) ଶୌଚ ନିମନ୍ତେ ଗାଁ ନିକଟରେ ଥିବା ଶାଳିଆ ନଈର ଜାମୁଆ ତୁଠକୁ ଯାଇଥିଲେ । ଶୌଚ ସମୟରେ ଅଚାନକ ଜଳର ପ୍ରଖର ସ୍ରୋତ ତାଙ୍କୁ ଭସେଇ ନେଇଗଲା ନଈ ଗର୍ବକୁ ।

ସ୍ଥାନୀୟ ଲୋକେ ଏନେଇ ସଙ୍ଗେ ସଙ୍ଗେ ବାଣପୁର ଅଗ୍ନିଶମ ଅଧିକାରୀ ବିବେକାନନ୍ଦ ଦାସଙ୍କୁ ଖବର ଦେଇଥିଲେ। ସମୟ ଅତିବାହିତ ନକରି ତୁରନ୍ତ ଅଗ୍ନିଶମ ବାହିନୀର ଏକ ଟିମ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।