Below header

ଷଷ୍ଠ ଦିନରେ ଟ୍ରକ ଅନ୍ଦୋଳନ

ଭୁବନେଶ୍ବର : ସାରା ଦେଶରେ ଟ୍ରକ୍ ମାଲିକଙ୍କ ଆନ୍ଦୋଳନର ଆଜି ହେଉଛି ଷଷ୍ଠ ଦିବସ । ଗତ ୨୦ ତାରିଖରୁ ଅଲ୍‌ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ ଡାକରାରେ ଅନାର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଜାରି ରହିଛି । ଡିଜେଲ ଦର କମାଇବା ଓ ଏହାକୁ ଜିଏସ୍‌ଟି ଅନ୍ତର୍ଭୁକ୍ତ କରିବା, ବୀମା ପ୍ରିମିୟମ ହ୍ରାସ, ପରୋକ୍ଷ ଟିକସ ଉଚ୍ଛେଦ ଏବଂ ସବୁ ଟ୍ରକ୍ ଓ ବସ୍‌କୁ ନେସନାଲ ପରମିଟ୍ ଦେବାକୁ ଦାବି କରାଯାଇଛି । ତେବେ ଏପର୍ୟ୍ୟନ୍ତ କେନ୍ଦ୍ର ସରକାର ସେମାନଙ୍କ ଦାବି ପ୍ରତି ଦୃଷ୍ଟି ଦେଇ ନାହାନ୍ତି ।

ସେପଟେ ପ୍ରାୟ ୯୩ ଲକ୍ଷ ଟ୍ରକ୍ ଏହି ଆନ୍ଦୋଳନ ଯୋଗୁଁ ବନ୍ଦ ପଡ଼ିଛି । ତେଣୁ ଧୀରେ ଧୀରେ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ହେଉଛି । ଆନ୍ଦୋଳନ ଜାରି ରହିଲେ ଆଗକୁ ସ୍ଥିତି ଉଦବେଗଜନକ ହେବ ବୋଲି ଆଶଙ୍କା କରାଯାଉଛି। ଏହି ଆନ୍ଦୋଳନରେ ଓଡ଼ିଶାର ଟ୍ରକ୍ ମାଲିକ ସଂଘ ମଧ୍ୟ ସାମିଲ ହୋଇଛି । ବିଭିନ୍ନ ଜାଗାରେ ଟ୍ରକ୍ ମାଲିକମାନେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ରାଜ୍ୟ ବାହାରୁ ଆମଦାନୀ ହେଉଥିବା ସାମଗ୍ରୀ ଗୁଡ଼ିକର ଦରଦାମ ବୃଦ୍ଧି ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.