ଏହି କାରଣରୁ ଅବିବାହିତା ରହିଯାଆନ୍ତି ମହିଳା

ସମସ୍ତ ବ୍ୟକ୍ତି ଜୀବନରେ ଏମିତି ଜଣେ ସାଥି ଚାହିଁଥାନ୍ତି ଯାହା ସାଙ୍ଗରେ ସେ ସବୁକିଛି କଥା ବାଣ୍ଟି ପାରିବେ। ଯାହା ସହ ଜୀବନର କିଛି ସୁଖ ମୂହୁର୍ତ୍ତ ବିତାଇବା ସହ ସମସ୍ତ ସୁଖ ଦୁଃଖ ବାଣ୍ଟି ପାରିବେ। କିନ୍ତୁ କୁହାଯାଇଥାଏ ନା ଭଲ ପାଇବା କେବଳ ଭାଗ୍ୟବାନ ଲୋକଙ୍କ ଭାଗ୍ୟରେ ଲେଖାଯାଇଥାଏ। ତେବେ ଭାଗ୍ୟ ଛଡ଼ା ଆଉ ମଧ୍ୟ କିଛି କାରଣ ରହିଥାଏ ଯେଉଁ କାରଣରୁ କିଛି ମହିଳା ରହିଯାଇଥାନ୍ତି ଏକୁଟିଆ। ଆସନ୍ତୁ ଜାଣିବା ସେହିଭଳି କିଛି କଥା ଯାହା ପାଲଟିଥାଏ ଏକୁଟିଆ ରହିବାର କାରଣ।

ପ୍ରେମ ସତ୍ୟ, ଶାଶ୍ବତ ଏବଂ ସୁନ୍ଦର। ପ୍ରେମ କରିବା ବଦଳରେ ଜଣେ ସାଥିଙ୍କଠୁ ଆଶା କରିଥାନ୍ତି ତାଙ୍କ ଜୀବନର କିଛି ସମୟ। ଯଦି ଆପଣଙ୍କ ପାଖରେ ନିଜ ସାଥିଙ୍କ ପାଇଁ ସମୟ ରହିନାହିଁ ତେବେ ଆପଣ ଜଣଙ୍କର ପ୍ରେମୀକା ତ ହୋଇଯିବେ କିନ୍ତୁ ସେହି ସମ୍ବନ୍ଧ ବେଶୀ ଦିନ ତିଷ୍ଠିବ ନାହିଁ। କାରଣ ସଂପର୍କ କେବଳ ଜଣଙ୍କର ସମର୍ପଣରେ ଚାଲି ନଥାଏ ଏଥିରେ ଦୁହଁଙ୍କର ସମାନ ଭାଗିଦାରୀ ରହିଥାଏ।

girl

ମଣିଷକୁ ଏକୁଟିଆ ରହିବା କେବେ ମଧ୍ୟ ପସନ୍ଦ ନଥାଏ। କିନ୍ତୁ ଯଦି ଥରେ ଏକୁଟିଆ ରହିବାର ଅଭ୍ୟାସ ହୋଇଯାଏ ତେବେ ତାଙ୍କୁ ଜୀବନରେ ଆଉ କାହାର ଆବଶ୍ୟକତା ରହିନଥାଏ। ଏଥିପାଇଁ ସେମାନେ ନିଜ ପ୍ରେମୀକ ବା ସାଥିଙ୍କ ସହ ରହିବା ପାଇଁ ମଧ୍ୟ ପସନ୍ଦ କରନ୍ତି ନାହିଁ। ଯାହା ଫଳରେ ସଂପର୍କରେ ଫାଟକ ସୃଷ୍ଟି ହୋଇଥାଏ। ଖାଲି ସେତିକି ନୁହଁ ଏହି ବ୍ୟକ୍ତି କେବେ ମଧ୍ୟ କାହା ସହ ରହିବା ପସନ୍ଦ କରନ୍ତି ନାହିଁ।

ଯଦି ଜୀବନରେ ଆପଣଙ୍କର କିଛି ଲକ୍ଷ ରହିନାହିଁ ଆପଣ ମନରେ ସବୁବେଳେ ହାରିବାର ଭୟ ରହିଥାଏ। ଏଣୁ ଲକ୍ଷହୀନ ବ୍ୟକ୍ତି ନିଜ ସଂପର୍କକୁ ନେଇ ମଧ୍ୟ ବହୁତ ଦ୍ବନ୍ଦରେ ରହିଥାନ୍ତି। ଏଥିପାଇଁ ତାଙ୍କ ମଧ୍ୟରେ ଚିଡ଼ଚିଡ଼ା ପଣ, ସନ୍ଧେହ ଆଦି ବହୁ ମାତ୍ରା ରହିଥାଏ। ଯାହାଫଳରେ ସଂପର୍କ ଭାଙ୍ଗିବାର ମଧ୍ୟ ଦେଖାଯାଇଥାଏ।

ଏପରି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ କିଛି ଜିନିଷ ଶୀଘ୍ର କିଛି ଭୂଲିପାରନ୍ତି ନାହିଁ। ଯାହାଫଳରେ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ନିଜର ପୁରୁଣା ସାଥି ବ ପ୍ରେମୀକକୁ ଭୁଲି ପାରନ୍ତି ନାହିଁ। ଏହା ଛଡ଼ା ବହୁତ ଛୋଟ ଛୋଟ କଥାକୁ ମଧ୍ୟ ମନରେ ଧରି ବସିଥାନ୍ତି। ଯାହା ଫଳରେ ତାଙ୍କ ସାଥିଙ୍କ ସହ ଝଗଡ଼ା ହୋଇଥାଏ ଏବଂ ସଂପର୍କ ଭାଙ୍ଗିଥାଏ।

ସଂପର୍କର ମୂଳ ହେଉଛି ବିଶ୍ବାସ ଏବଂ ସମ୍ନାନ। ଯଦି କୌଣସି ସଂପର୍କରେ ସାଥିଙ୍କ ପ୍ରତି ସମ୍ନାନ ଏବଂ ବିଶ୍ବାସ ରହିନାହିଁ ତାହା ତିଷ୍ଠିବା ଅସମ୍ଭବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.