Below header

ଜେଲ୍ ଦଣ୍ଡ ପରେ ମିଳିଲା ବେଲ୍ !

ଗୁଜରାଟ : ପଟିଦାର ନେତା ହାର୍ଦ୍ଦିକ ପଟେଲ୍‌ଙ୍କୁ ଜେଲଦଣ୍ଡ ମିଳିଛି। ୨୦୧୫ରେ ମେହସାଣା ଦଙ୍ଗା ମାମଲାରେ ହାର୍ଦ୍ଦିକଙ୍କ ସମେତ ୩ ଜଣଙ୍କ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ହାର୍ଦ୍ଦିକଙ୍କୁ ୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଗୁଜୁରାଟର ବିସନଗର କୋର୍ଟ । ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟ ଦୁଇ ଜଣ ହେଲେ ହାର୍ଦ୍ଦିକଙ୍କ ସହଯୋଗୀ ଲାଲଜୀ ପଟେଲ୍ ଓ ଏ. କେ. ପଟେଲ୍ । ୨ ବର୍ଷ ଜେଲଦଣ୍ଡ ସହ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଅନ୍ୟ ୧୪ ଜଣ ପ୍ରମାଣ ଅଭାବରୁ ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଥିଲେ ।

ତେବେ ଦଣ୍ଡାଦେଶ ଶୁଣାଣିର କିଛି ସମୟ ପରେ ହାର୍ଦ୍ଦିକଙ୍କ ସମେତ ତିନି ଜଣଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି । ୨୦୧୫ ଜୁଲାଇ ୨୩ ତାରିଖରେ ପଟିଦାର ସଂରକ୍ଷଣ ଆନ୍ଦୋଳନ ବେଳେ ବିସନଗରରେ ହିଂସାକାଣ୍ଡ ହୋଇଥିଲା । ବିଭିନ୍ନ ସ୍ଥାନରେ ବ୍ୟାପକ ଭଙ୍ଗାରୁଜା କରିଥିଲେ ଆନ୍ଦୋଳନକାରୀ । ଏହି ମାମଲାରେ ହାର୍ଦ୍ଦିକ ପଟେଲ ଓ ଅନ୍ୟମାନଙ୍କ ନାଁରେ ଭଙ୍ଗାରୁଜା, ହିଂସାକାଣ୍ଡ ଘଟାଇବା ଓ ଦଙ୍ଗା ସୃଷ୍ଟି କରିବା ଭଳି ସଙ୍ଗୀନ ମାମଲା ରୁଜୁ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.