ରାଜ୍ୟ ବାହାରକୁ କାମ ପାଇଁ ଯାଇ ଆନ୍ଧ୍ରପ୍ରଦେଶରେ ନଜର ବନ୍ଦୀରେ ଓଡ଼ିଶାର ୭ରୁ ଅଧିକ ଯୁବତୀ

କେନ୍ୟୁଜ୍‌: ଆନ୍ଧ୍ରପ୍ରଦେଶରେ ନଜର ବନ୍ଦିରେ ଓଡ଼ିଶାର ୭ରୁ ଅଧିକ ଯୁବତୀ । ପେଟପାଟଣା ପାଇଁ ରାଜ୍ୟ ବାହାରକୁ କାମ ପାଇଁ ଯାଇ ସେଠାରେ ଏବେ ନିର୍ଯାତନାର ଶିକାର ହୋଇଛନ୍ତି । ଏନେଇ ବର୍ତ୍ତମାନ ନିଜ ଘରକୁ ଫେରାଇ ଆଣିବାକୁ ଯୁବତୀମାନେ ରାଜ୍ୟ ସରକାରଙ୍କୁ ଭିଡିଓ ଜରିଆରେ ନିବେଦନ କରିଛନ୍ତି ।

ସୂଚନା ମୁତାବକ ବାଲେଶ୍ୱର ଅମରଦା ରୋଡ୍‌ ଫାଣ୍ଡି ଅଧୀନ ସଦାନନ୍ଦପୁର ଗାଁର ଅନିତା ଜେନାଙ୍କ ସମେତ ରାଜ୍ୟର ଅନ୍ୟ ଯୁବତୀ ମଧ୍ୟ ଫସି ରହିଛନ୍ତି । ବିନା ଦରମାରେ କାମ କରାଇବା ସହ ଘରକୁ ଛାଡୁନଥିବା ଅଭିଯୋଗ କରିଛନ୍ତି । ଚଣ୍ଡିଖୋଲ ଅଞ୍ଚଳର ତୁରଙ୍ଗ ଗ୍ରାମର କଣ୍ଟ୍ରାକ୍ଟର ଚିତ୍ତରଞ୍ଜନ ନାୟକ ତାଙ୍କ ମୋବାଇଲ ବି ଛଡାଇ ନେଇଛନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁ ଅମରଦାରୋଡ ଫାଣ୍ଡିରେ ଲିଖିତ ଅଭିଯୋଗ ପରେ ବି ପୋଲିସ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିବା ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.