Below header

ଜଗତପୁର ଖଇରାପୋଲ ନିକଟରେ ସିରିଜ୍ ଦୁର୍ଘଟଣା: କାର ଓ ବାଇକକୁ ଧକ୍କାଦେଇ ଫଳ ଦୋକାନରେ ମାଡ଼ିଗଲା ଟ୍ରକ

କଟକ(କେନ୍ୟୁଜ୍): କଟକ ଜଗତପୁର ଖଇରା ପୋଲ ନିକଟରେ ସିରିଜ୍‌ ଦୁର୍ଘଟଣା । କାର୍‌ ଓ ବାଇକ୍‌କୁ ଧକ୍କା ଦେବା ପରେ ଫଳ ଦୋକାନ ଉପରକୁ ମାଡ଼ିଗଲା ଟ୍ରକ୍‌ । ଦୁର୍ଘଟଣାରେ ଜଣେ ଫଳ ବ୍ୟବସାୟୀ ସୁବାସ ସାହୁଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୭ ଜଣ ଆହତଙ୍କୁ କଟକ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ଅଛନ୍ତି ୪ ଜଣ ପୁରୁଷ ଓ ୩ ଜଣ ମହିଳା । ଆଜି ସଂଧ୍ୟାରେ ଟ୍ରକ୍‌ଟି ପ୍ରଥମେ ଦୁଇଟି କାର୍‌ ଓ ୫ଟି ବାଇକ୍‌କୁ ଧକ୍କା ଦେଇଥିଲା । ଏହପରେ ଟ୍ରକ୍‌ଟି ଫଳ ଦୋକାନ ଉପରକୁ ମାଡ଼ି ଯାଇଥିଲା । ଟ୍ରକ୍‌ ଡ୍ରାଇଭରକୁ ଅଟକ ରଖିଛି ଜଗତପୁର ଥାନା ପୋଲିସ । ତେବେ କେଉଁ କାରଣରୁ ଟ୍ରକ୍‌ଟି ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡ଼ି ନାହିଁ । ପୋଲିସ ଏହାର ତଦନ୍ତ କରୁଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.