Below header

ନିଜ ଠାରୁ ୨୪ ବର୍ଷ ସାନ ଅଭିନେତ୍ରୀଙ୍କୁ ଡେଟ୍‌ କରୁଛନ୍ତି ସଲମାନ୍‌ ଖାନ୍‌, ଉଭୟେ ସାଙ୍ଗ ହୋଇ କଟାଉଛନ୍ତି ଟାଇମ୍‌

ବଲିଉଡର ମୋଷ୍ଟ ଏଲିଜେବଲ୍‌ ବାଚଲର ତଥା ଭାଇଜାନ ସଲମାନ୍‌ ଖାନ୍‌ ତାଙ୍କର ପ୍ରଫେସନାଲ ଲାଇଫ ହେଉ ବା ପର୍ସନାଲ ଲାଇଫ୍‌, ସର୍ବଦା ଚର୍ଚ୍ଚାରେ ଥାଆନ୍ତି । ନିକଟରେ ତାଙ୍କର ପର୍ସନାଲ ଲାଇଫକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି ସଲମାନ ।

ସଲମାନ ତାଙ୍କର ଲଭ ଲାଇଫ୍‌କୁ ନେଇ ଏବେ ସେ ଅଛନ୍ତି ଚର୍ଚ୍ଚାରେ । ଦୀର୍ଘ ଦିନ ଧରି ବିଦେଶୀ ବ୍ୟୁଟି ୟୁଲିଆ ଭନ୍ତୁରଙ୍କ ସହ ସଲମାନଙ୍କ ସମ୍ପର୍କକୁ ନେଇ ବହୁତ କିଛି ଶୁଣିବାକୁ ମିଳୁଥିଲା । ହେଲେ ଏବେ ଶୁଣାଯାଉଛି, ସଲମାନ୍‌ ତାଙ୍କ ଠାରୁ ୨୪ ବର୍ଷ ସାନ ଜଣେ ଅଭିନେତ୍ରୀଙ୍କ ସହ ଡେଟ କରୁଛନ୍ତି । ଏହି ଅଭିନେତ୍ରୀଙ୍କ ନାମ ହେଉଛି ପୂଜା ହେଗ୍‌ଡେ ।

ସଲମାନଙ୍କ ନାମ ପ୍ରଥମ ଥର ପାଇଁ କେଉଁ ଅଭିନେତ୍ରୀଙ୍କ ସହ ଯୋଡି ହୋଇନି । ଏହା ପୂର୍ବରୁ ତାଙ୍କ ନାମ ଐଶ୍ୱର୍ଯ୍ୟାଙ୍କ ଠାରୁ ଆରମ୍ଭ କରି ବହୁ ଅଭିନେତ୍ରୀଙ୍କ ସହ ଶୁଣିବାକୁ ମିଳିଛି । ଏକ ରିପୋର୍ଟ ଅନୁଯାୟୀ, ସଲମାନ ଡେଟ କରୁଥିବା ଅଭିନେତ୍ରୀ ହେଉଛନ୍ତି ପୂଜା ହେଗଡେ ।

ପୂଜା ତାଙ୍କ ସହ ୨ ଟି ଫିଲ୍ମରେ ଅଭିନୟ କରିବାକୁ ଯାଉଛନ୍ତି । ଫିଲ୍ମ ‘କିସି କା ଭାଇ କିସି କି ଜାନ୍‌’ ରେ ସେ ସଲମାନଙ୍କ ସହ ଅଭିନୟ କରିବାକୁ ଯାଉଛନ୍ତି । ସଲମାନଙ୍କ ପ୍ରଡକ୍ସନ ହାଉସ ପୂଜାଙ୍କ ୨ ଟି ଫିଲ୍ମ ପାଇଁ ସାଇନ ମଧ୍ୟ କରିଛନ୍ତି । ପୂଜା ହେଗଡେ ସଲମାନଙ୍କ ଠାରୁ ୨୪ ବର୍ଷ ସାନ ବୋଲି ଜଣାଯାଇଛି ।

ସଲମାନଙ୍କ ଡେଟିଂ ଖବର ନେଇ ଟ୍ଵିଟ କରିଛନ୍ତି ଉମରେ ସଂଘୁ । ସଂଘୁ ତାଙ୍କ ଟ୍ଵିଟରେ ଲେଖିଛନ୍ତି, ‘‘ ବ୍ରେକିଂ ନ୍ୟୁଜ୍‌-ଟାଉନ ମେ ଆୟା ନୟା କପଲ.. , ମେଗାଷ୍ଟାର ସଲମାନ ଖାନ୍‌କୋ ପୂଜା ହେଗଡେ ସେ ପ୍ୟାର ହୋ ଗୟା ହେ । ’’ ଏ ଦୁହେଁ ଆଜିକାଲି କ୍ୱାଲିଟି ସମୟ ଦେଉଛନ୍ତି ।

ଖାଲି ସେତିକି ନୁହେଁ ସଲମାନଙ୍କ ନିକଟତମ ଲୋକେ ମଧ୍ୟ ଏହି କଥା କହୁଛନ୍ତି । ସଲମାନ ଏବେ ‘କିକ୍‌ ୨’, କିସି କା ଭାଇ କିସି କା ଜାନ୍‌ ଓ ନୋ ଏଣ୍ଟ୍ରି ରେ ନଜର ଆସିବେ । ପୂଜା ହେଗଡେ ସଲମାନ ଖାନ୍‌ ଙ୍କ ଫିଲ୍ମ ‘କିସି କି ଭାଇ କିସି କି ଜାନ ଓ ରଣବୀର ସିଂହଙ୍କ ‘ସକର୍ସ’ ରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.