ଦିନିକିଆରେ ସର୍ବାଧିକ ଶତକ ହାସଲରେ କୋହଲି ହେଲେ ଦୁଇ ନମ୍ବର, ଆଗରେ କେବଳ ସଚିନ ତେନ୍ଦୁଲକର

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ୪୦ ମାସ ପରେ ଦିନିକିଆ ଆନ୍ତର୍ଜାତିକ ଶତକ ହାସଲ କରିଛନ୍ତି । ୨୦୧୯ ପରେ ସେ ଦିନିକିଆରେ ଆଉ ଶତକ ମାରି ନଥିଲେ । ୨୦୧୯ ଅଗଷ୍ଟରେ ସେ େଓ୍ଵଷ୍ଟଇଣ୍ଡିଜ୍‌ ବିପକ୍ଷରେ ୧୧୪ ରନ୍‌ କରିଥିଲେ । ତାପରେ ଯେମିତି ତାଙ୍କ ପାଇଁ ଶତକର ମରୁଡ଼ି ପଡ଼ିଥିଲା । ଆଜି କୋହଲି ଦିନିକିଆରେ ତାଙ୍କର ୪୪ତମ ଶତକ ହାସଲ କରିଛନ୍ତି ।
ଏହି ଶତକ ସହିତ ସେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂଙ୍କ ରେକର୍ଡ଼ ଭାଙ୍ଗିଛନ୍ତି । ମୋଟରେ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବିରାଟ କୋହଲି ୭୨ଟି ଶତକ ହାସଲ କରିଛନ୍ତି । ପଣ୍ଟିଂ ଅଛିନ୍ତି ୭୧ ଶତକରେ । ଫଳରେ କୋହଲି ମୋଟ୍‌ ଶତକରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ଉପରକୁ ରହିଛନ୍ତି ଭାରତର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଏହି ମୁମ୍ବାଇ ବ୍ୟାଟର ତାଙ୍କ କ୍ୟାରିୟରରେ ମୋଟ୍‌ ଶହେଟି ଅନ୍ତର୍ଜାତୀୟ ଶତକ ମାରିଛନ୍ତି ।

ଦିନିକିଆ ଆନ୍ତର୍ଜାତିକରେ ସଚିନ୍‌ ମୋଟ ୪୯ଟି ଶତକ ହାସଲ କରିଥିବା ବେଳେ ବିରାଟ ୪୪, ପଣ୍ଟିଂ ୩୦ ଏବଂ ରୋହିତ ଶର୍ମା ୨୯ଟି ଶତକ ମାରିଛନ୍ତି । ୨୦୦୯ ଡିସେମ୍ବର ୨୪ ତାରିଖରେ କୋହଲି ତାଙ୍କ କ୍ୟାରିୟରର ପ୍ରଥମ ଦିନିକିଆ ଶତକ ଶ୍ରୀଲଙ୍କା ବିପକ୍ଷରେ ହାସଲ କରିଥିଲେ । ଏହା ପରେ ପ୍ରତି ବର୍ଷ ହାରାହାରି ୪ଟି ଲେଖାଏଁ ଶତକ ମାରିଥିବା ବେଳେ ୨୦୧୭ରେ ୫ଟି ଏବଂ ୨୦୧୮ରେ ୬ଟି ଏବଂ ୨୦୧୯ରେ ୫ଟି ଶତକ ମାରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.