Below header

ଖୁବ୍‌ ଶୀଘ୍ର ଲଞ୍ଚ୍‌ ହେବ ବିଏସଏନଏଲ ର 5G ସେବା, ଜିଓ- ଏୟାରଟେଲ ସହ ହେବ ପ୍ରତିଯୋଗିତା

ନୂଆଦିଲ୍ଲୀ : ଖୁବ୍‌ ଶୀଘ୍ର ଲଞ୍ଚ୍‌ ହେବ ବିଏସଏନଏଲ ର 5G ନେଟ୍‌ଓ୍ଵର୍କ ସେବା । ସରକାରୀ ଟେଲିକମ୍‌ କମ୍ପାନୀ ବିଏସଏନଏଲ ର ଟେକନୋଲୋଜିକୁ ଆଗାମୀ ୪-୫ ମାସ ମଧ୍ୟରେ ଅପଗ୍ରେଡ କରାଯିବ । ଦେଶର ୧ କୋଟି ୩୫ ଲକ୍ଷ ଟେଲିକମ୍‌ ଟାଓ୍ଵାରରେ 5G ନେଟ୍‌ଓ୍ଵର୍କ ଉପଲବ୍ଧ କରାଯିବ । କେନ୍ଦ୍ରୀୟ ଟେଲିକମ୍‌ ଓ ରେଳବାଇ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଗୁରୁବାର ଏହି ସୂଚନା ଦେଇଛନ୍ତି । ଦେଶରେ ଜିଓ- ଏୟାରଟେଲ ଲଗାତାର 5G ନେଟଓ୍ଵର୍କ ସେବା ଯୋଗାଣ ଜାରି ରଖିଛନ୍ତି । ପ୍ରଧାନମନ୍ତ୍ରୀ ଇଣ୍ଡିଆ ମୋବାଇଲ କଂଗ୍ରେସରେ (IMC 2022) 5G ନେଟ୍‌ଓ୍ଵର୍କ ସେବା ଆରମ୍ଭ କରିଥିଲେ ।

ଟେଲିକମ ସେକ୍ଟରରେ ୪୦୦୦ କୋଟିର ଫଣ୍ଡ୍‌

କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ସରକାରୀ ଯୋଜନା, ସ୍ୱେଦେଶୀ ଇନୋଭେସନକୁ ପ୍ରୋତ୍ସାହିତ କରିବା ପାଇଁ ଟେଲିକମ୍‌ ଟେକନୋଲୋଜି ଡେଭଲପମେଣ୍ଟ ଫଣ୍ଡରେ ୫୦୦ କୋଟି ଟଙ୍କାକୁ ବଢ଼ାଇ ୪୦୦୦ କୋଟି ବଢ଼ାଇବାକୁ ସ୍ଥିର କରାଯାଇଛି । କୋଟକ ବ୍ୟାଙ୍କ୍‌ ର ସିଇଓ ଉଦୟ କୋଟକ ଶ୍ରୀ ବୈଷ୍ଣବଙ୍କୁ ବିଏସଏନଏଲ ର ଭୁମିକା ସମ୍ପର୍କରେ ପ୍ରଶ୍ନ କରିଥିଲେ । ଏହାର ଉତ୍ତର ଦେଇ ଶ୍ରୀ ବୈଷ୍ଣବ ବିଏସଏନଏଲ ଖୁବ ଶୀଘ୍ର ମଜବୁତ ସ୍ଥିତିକୁ ଆସିବ ବୋଲି କହିଥିଲେ ।

ଗ୍ରାମୀଣ କ୍ଷେତ୍ରରେ ପ୍ରାୟ ୧ ଲକ୍ଷ ୩୫ ହଜାର ମୋବାଇଲ ଟାଓ୍ଵାର ଥିବା ବେଳେ ଅନ୍ୟ କମ୍ପାନୀର ଏହା ନାହିଁ । ତେଣୁ ବିଏସଏନଏଲ ଖୁବ ଶୀଘ୍ର ୫ ରୁ ୭ ମାସ ମଧ୍ୟରେ 5G ସେବାକୁ ଅପଗ୍ରେଡ କରିବ ।

ବିଏସଏନଏଲ ଟାଟା କନସେଲେନ୍ସି ଠାରୁ 5G ଟେଷ୍ଟିଙ୍ଗ ପାଇଁ ଉପକରଣ ମାଗିଛି । ଯାହାଫଳରେ 5G ସେବା ଟ୍ରାଏଲ କରିପାରିବ । ମନ୍ତ୍ରୀ କହିଛନ୍ତି ଯେ ଏହାଦ୍ୱାରା ସରକାରୀ ଟେଲିକମ୍‌ କମ୍ପାନୀ ମଧ୍ୟ ଅନ୍ୟ ପ୍ରାଇଭେଟ କମ୍ପାନୀ ସହ କେବଳ ମୁକାବିଲା କରିବ ନାହିଁ ଯେଉଁଠି ଅନ୍ୟ କମ୍ପାନୀର ସେବା ନାହିଁ ସେଠାରେ ମଧ୍ୟ 5G ସେବା ଦେଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.