ପୁଣି ପ୍ରେମ ନାଁରେ ପ୍ରତାରଣାର ଅଭିଯୋଗ, ଦୁଇ ଭଉଣୀକୁ ଦୁଇ ମାସ ବନ୍ଦ ଘରେ ତାଲା ପକାଇ ରଖିଲା ଯୁବକ

ଯାଜପୁର ଟାଉନ (କେନ୍ୟୁଜ୍): ଇନଷ୍ଟାଗ୍ରାମରେ ଲଭ୍‌ । ପରେ ବିବାହର ପ୍ରତିଶ୍ରୁତି । ଯୁବକଙ୍କ କଥାରେ ତାମିଲନାଡୁରୁ ଯାଜପୁର ଆସିଲେ ଦୁଇ ଭଉଣୀ । ଦୁଇଜଣଙ୍କୁ ମାସେ କାଳ ଘରେ ତାଲା ପକାଇ ରଖିଥିଲା ଦୁର୍ବୃତ୍ତ । ଯାଜପୁର ଟାଉନ ଥାନା ଅନ୍ତର୍ଗତ ସୁନ୍ଦୁରେଇମୁହଁ ଅଞ୍ଚଳର ଏକ ବନ୍ଦ କୋଠରୀରୁ ୨ ଭଉଣୀଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ୨ ଭଉଣୀଙ୍କ ଘର ବଲାଙ୍ଗୀରରେ । ସେମାନଙ୍କୁ ଘରେ ବନ୍ଦ କରି ରଖିବା ଅଭିଯୋଗରେ ୨ ଜଣଙ୍କୁ ପୋଲିସ ଅଟକ ରଖିଛି । ଅଭିଯୋଗ ଅନୁସାରେ ବଲାଙ୍ଗୀର ଖପରାଖୋଲ ଅଞ୍ଚଳର ଦୁଇ ଭଉଣୀ ଦୁଇ ବର୍ଷ ହେଲା ତାମିଲନାଡୁରେ ଟେଲରିଂ କାମ କରୁଥିଲେ ।

ସେଠାରେ ଯାଜପୁର ସଦର ଥାନା ଅନ୍ତର୍ଗତ ଅବଦଲପୁର ବଣିଆ ସାହି ଅଞ୍ଚଳର ମହେଶ୍ଵର ସାହୁଙ୍କ ପୁଅ ରଂଜିତ ସହ ତିନି ମାସ ତଳେ ସେମାନଙ୍କର ଇନଷ୍ଟାଗ୍ରାମରେ ପରିଚୟରୁ ପ୍ରେମ ହୋଇଥିଲା । ରଂଜିତ ସେମାନଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଯାଜପୁରକୁ ଡକାଇଥିଲା । ଦୁଇ ଭଉଣୀ ଟ୍ରେନ ଯୋଗେ ଯାଜପୁରରେ ପହଞ୍ଚିବା ପରେ ରଂଜିତ ସୁନ୍ଦୁରେଇମୁହଁ ଅଞ୍ଚଳର ଭଡ଼ା ଘରେ ଦୁଇ ଭଉଣୀଙ୍କୁ ତାଲା ପକାଇ ଏକ ମାସ ହେଲା ରଖିଥିଲା । ଦୁଇ ଭଉଣୀ କୌଣସି ମତେ ଖସି ଆସିଥିଲେ । ଏହା ପରେ ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ପୋଲିସ ପହଞ୍ଚି ଦୁଇ ଝିଅଙ୍କୁ ଉଦ୍ଧାର କରିବା ସହ ତଦନ୍ତ ଚଳାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.