Below header

କେନ୍ଦୁଝର ଯୋଡ଼ା କଣ୍ଡରା ଟୋଲ ପ୍ଲାଜାରେ ଭଙ୍ଗାରୁଜା ଓ ଆକ୍ରମଣ: ୪ ଆହତ, ୬ ଗିରଫ

କେନ୍ୟୁଜ୍(ବ୍ୟୁରୋ): ଟୋଲ ପ୍ଲାଜାରେ ଭଙ୍ଗାରୁଜା ଓ ଆକ୍ରମଣ । ୪ ଆହତ, ୬ ଗିରଫ । ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା କଣ୍ଡରା ଟୋଲ ପ୍ଲାଜାରେ । ଟୋଲ ଟ୍ୟାକ୍ସକୁ ନେଇ ଘଟିଛି ଏଭଳି ତୁମୁଳକାଣ୍ଡ । ସିସିଟିଭିରେ କଏଦ ହେଲା ଆକ୍ରମଣ ବେଳର ଦୃଶ୍ୟ । ଆକ୍ରମଣରେ ୪ଜଣ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି । ୭ରୁ ୮ ଜଣ ଯୁବକ ଟୋଲ ପ୍ଲାଜା ଅଫିସରେ ପଶି କର୍ମଚାରୀଙ୍କୁ ଲୁହା ରଡ୍‌ରେ ଅତାର୍କିତ ଭାବରେ ଆକ୍ରମଣ କରିବା ସହିତ କମ୍ପ୍ୟୁଟର, ଏସି ଝରକା କବାଟ ସମେତ ଆସବାବପତ୍ର ସବୁ ଭାଙ୍ଗି ଦେଇଛନ୍ତି ।

ଟୋଲ ପ୍ଲାଜାର ମ୍ୟାନେଜର ଆନନ୍ଦ ସିଂଙ୍କ ଅଭିଯୋଗ ଅନୁଯାୟୀ, ଗୁରୁବାର ଅମିତ୍‌ ପଲେଇ ନାମକ ଜଣେ ବ୍ୟକ୍ତି, ଟୋଲ ଟ୍ୟାକ୍ସ ନଦେଇ ଏକ ଗାଡ଼ି ନେଇ ଯିବାପାଇଁ ଚେଷ୍ଟା କରିବା ସମୟରେ ଗାଡ଼ିକୁ ଅଟକା ଯାଇଥିଲା । ଯାହାକୁ ନେଇ ଯୁକ୍ତିତର୍କ ହେବା ସହ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା । ତେବେ ଗତକାଲି ସନ୍ଧ୍ୟାରେ ଅମିତ୍‌ ପଲେଇ ୮ରୁ ୧୦ଜଣଙ୍କୁ ସାଙ୍ଗରେ ଆଣି ଏହି ଘଟଣା ଘଟାଇଛି । ଲୁହା ରଡ୍‌ ଓ ପଥରରେ କର୍ମଚାରୀଙ୍କୁ ଆକ୍ରମଣ ନେଇ ଅଭିଯୋଗ ହୋଇଛି । ଏନେଇ ଯୋଡ଼ା ପୋଲିସ୍‌ ଖବର ପାଇବାପରେ ଘଟଣାରେ ସଂପୃକ୍ତ ୬ଜଣଙ୍କୁ ଗିରଫ କରିଛି । ଅନ୍ୟ ଅଭିଯୁକ୍ତ ଫେରାର ଥିବା ସୂଚନା ମିଳିଛ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.