କାଉଡ଼ିଆଙ୍କୁ ଧକ୍କା ଦେଲା ବାଇକ, ୭ ବୋଲବୋମ ଭକ୍ତ ଆହତ

ବାଇକ ଧକ୍କାରେ ୭ ଜଣ ବୋଲ ବୋମ ଭକ୍ତ ଆହତ । ଗଞ୍ଜାମ ଜିଲ୍ଲା ନୂଆପଡା ପୋଲିସ ଫାଣ୍ଡି ପାଖ ଚାନ୍ଦପୁର ନିକଟରେ ବାଇକ ଧକ୍କାରେ ୭ ଜଣ ବୋଲବୋମ ଭକ୍ତ ଆହତ ହୋଇଛନ୍ତି ।

ବ୍ରହ୍ମପୁର (କେନ୍ୟୁଜ): ବାଇକ ଧକ୍କାରେ ୭ ଜଣ ବୋଲ ବୋମ ଭକ୍ତ ଆହତ । ଗଞ୍ଜାମ ଜିଲ୍ଲା ନୂଆପଡା ପୋଲିସ ଫାଣ୍ଡି ପାଖ ଚାନ୍ଦପୁର ନିକଟରେ ବାଇକ ଧକ୍କାରେ ୭ ଜଣ ବୋଲବୋମ ଭକ୍ତ ଆହତ ହୋଇଛନ୍ତି । କାଉଡ଼ିଆମାନେ ମୌଳାଭଞ୍ଜଣା ନଦୀରୁ ପାଣି ଉଠାଇ ଚୌଧୁରୀ ଟିକରପଡା ଶିବ ମନ୍ଦିରକୁ ଯାଉଥିବା ବେଳେ ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ବିପରୀତ ଦିଗରୁ ବାଇକଟି ଦ୍ରୁତ ଗତିରେ ଆସି ଲାଇନରେ ଯାଉଥିବା କାଉଡିଆଙ୍କ ଉପରେ ମାଡି ଯାଇଥିଲା । ବାଇକ ଚାଳକ ବି ଆହତ ହୋଇ ଛିଟିକି ପଡ଼ିଥିଲେ। ଆହତମାନଙ୍କୁ ପ୍ରଥମେ ବୋମକେଇ ମେଡିକାଲ ଓ ପରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.