ଦାମ ରାଉତଙ୍କ ଗାଡି ଭଙ୍ଗା ରୁଜା ଘଟଣା: ସରପଞ୍ଚ ପ୍ରାର୍ଥୀଙ୍କ ସମେତ ତିର୍ତ୍ତୋଲ ଥାନାରେ ୮ ଅଟକ

ପାରାଦୀପ(କେନ୍ୟୁଜ୍):  ପୂର୍ବତନ ମନ୍ତ୍ରୀ ଡ. ଦାମୋଦର ରାଉତଙ୍କ ଗାଡି ଭଙ୍ଗା ରୁଜା ଘଟଣାରେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କ ସମେତ ତିର୍ତ୍ତୋଲ ଥାନାରେ ୮ ଜଣ ଅଟକ । ଗତକାଲି ସଂଧ୍ୟାରେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ସାଇଲୋ ପଞ୍ଚାୟତାରେ ଜଣେ ପ୍ରର୍ଥୀ ରାଲି କରୁଥିଲେ । ଏହି ସମୟରେ ନିଜ ଗାଁ ମଲ୍ଲିପୁରା ଗାଁକୁ ଦାମୋଦର ରାଉତ ଯାଉଥିଲେ । ତେବେ ରାଲି ଦେଖି ବାଟରେ ଅଟକିଥିଲେ ।

ଏହି ସମୟରେ ଦାମୋଦର ରାଉତଙ୍କୁ କିଛି ଲୋକ ଗାଳିଗୁଲଜ କରିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । କିଛି ଦୁବୃତ୍ତ ଦାମବାବୁଙ୍କ ଗାଡିର ମିଟର ଭାଙ୍ଗିଦେବା ସହ ତାଙ୍କୁ ର୍ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏ ନେଇ ଦାମ ରାଉତ କୁଜଙ୍ଗ ବିଡିଓଙ୍କୁ ଜଣାଇବା ପରେ ତିର୍ତ୍ତୋଲ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ୮ ଜଣଙ୍କୁ ଅଟକ ରଖି ପଚରାଉଚରା ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.