ଝାଡାବାନ୍ତିରେ ୮୦ ଛାତ୍ରଛାତ୍ରୀ ଆକ୍ରାନ୍ତ, ଚିକିତ୍ସା ପରେ ସମସ୍ତେ ସୁସ୍ଥ

ସମ୍ବଲପୁର ଗୋଶାଲା ସ୍ଥିତ ନବୋଦୟ ବିଦ୍ୟାଳୟର ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଖାଇ ସାରିବା ପରେ ହଠାତ ଜଣକ ପରେ ଜଣକ ଅସୁସ୍ଥ ହୋଇପଡ଼ିଥିଲେ । କାହିଁକି ଏଭଳି ହେଲା ଏନେଇ ମେଡିକାଲ ଟିମ ଯାଞ୍ଚ ଆରମ୍ଭ କରିଛି।  ଖାଦ୍ୟ ନା ପାଣିରୁ ଇନଫେକ୍ସନ ହୋଇଛି ସେନେଇ ତଦନ୍ତ ଚାଲିଛି।

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁର ଗୋଶାଲା ସ୍ଥିତ ନବୋଦୟ ବିଦ୍ୟାଳୟର ପ୍ରାୟ ୮୦ ଜଣ ଛାତ୍ରଛାତ୍ରୀ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଘଟଣା ଘଟିଛି କାଲି ରାତିରେ । ଛାତ୍ରଛାତ୍ରୀ ମାନେ ଖାଇ ସାରିବା ପରେ ହଠାତ ଜଣକ ପରେ ଜଣକ ଅସୁସ୍ଥ ହୋଇପଡ଼ିଥିଲେ। ପେଟ ବ୍ୟଥା ଶହ କିଛି ଛାତ୍ରଛାତ୍ରୀଙ୍କର ଝାଡା ହୋଇଥିଲା ତ କିଛି ଜଣଙ୍କର ବାନ୍ତି ହୋଇଥିଲା ।

ଏ ଘଟଣା ସମ୍ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷ ଜାଣିବା ପରେ ସମ୍ବଲପୁର ସଦର ମେଡ଼ିକାଲ ସିଡିଏମଓଙ୍କୁ ଜଣାଇ ଥିଲେ । ତୁରନ୍ତ ଏକ ଡାକ୍ତରୀ ଟିମ ସ୍କୁଲ ପହଞ୍ଚି ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଚିକିତ୍ସା ଆରମ୍ଭ କରିଥିଲେ। ଚିକିତ୍ସା ପରେ ଛାତ୍ରଛାତ୍ରୀ ମାନେ ବର୍ତ୍ତମାନ ସୁସ୍ଥ ଅଛନ୍ତି ବୋଲି ସୂଚନା ମିଳିଛ । ସେପଟେ କାହିଁକି ଏଭଳି ହେଲା ଏନେଇ ମେଡିକାଲ ଟିମ ଯାଞ୍ଚ ଆରମ୍ଭ କରିଛି। ଖାଦ୍ୟ ନା ପାଣିରୁ ଇନଫେକ୍ସନ ହୋଇଛି ସେନେଇ ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.