ମୟୁରଭଞ୍ଜ: ନକଲି ଟଙ୍କା କାରବାର କରୁଥିବା ଦୁଇ ଯୁବକ ଅଟକ, ୮୫ ହଜାର ଜାଲ ଟଙ୍କା ଜବତ

ମୟୁରଭଞ୍ଜ(କେନ୍ୟୁଜ୍):  ମୟୁରଭଞ୍ଜ ଜିଲ୍ଲାରେ ସକ୍ରିୟ ଅଛନ୍ତି ନକଲି ଟଙ୍କା କାରବାର ଗ୍ୟାଙ୍ଗ୍ । ଆଜି ଏଭଳି  ଏକ ଗ୍ୟାଙ୍କର ପାର୍ଦ୍ଦାଫାସ୍ କରିଛି ମୟୁରଭଞ୍ଜ ପୋଲିସ। ବାରିପଦାର ଦୁଇ ଜଣ ବ୍ୟକ୍ତି ନକଲି ଟଙ୍କା କାରବାର କରୁଥିବାର ଖବର  ପାଇ ବାରିପଦା ପୋଲିସ ଚଢାଉ କରିଥିଲା।

ଚାଢାଉ ବେଳେ ସେମାନଙ୍କ ଠାରୁ ୮୫ ହଜାର ଟଙ୍କାର ନକଲି ଟଙ୍କ ସହ ଏକ ବାଇକ ଜବତ କରିଛି  ପୋଲିସ। ଏହି ଘଟଣାରେ ସେହି ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ଘଟଣାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ତଦନ୍ତ କଲେ ଜଣା ପଡିବ ବୋଲି ପୋଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.