Below header

ନୂଆ ବର୍ଷରେ ଏହି ସବୁ ସ୍ମାର୍ଟଫୋନ୍‌ରେ କାମ କରି ନ ପାରେ WhatsApp, ଦେଖନ୍ତୁ ଆପଣଙ୍କ ଫୋନ ଏହି ଲିଷ୍ଟରେ ନାହିଁ ତ

ବିଶ୍ୱର ଅନ୍ୟତମ ଲୋକପ୍ରିୟ ସୋସିଆଲ ମିଡ଼ିଆ WhatsApp  ପ୍ରତି ବର୍ଷ ଅପରେଟିଙ୍ଗ ସିଷ୍ଟମର ଅପଡ଼େଟ ପାଇଁ ନିଜ ସପୋର୍ଟ କିଛି ସମୟ ପାଇଁ ବନ୍ଦ କରିଦେଇଥାଏ । ଯାହା ପରେ Whatsappର ପୁରୁଣା ଫିଚର୍ସଗୁଡିକ କାମ କରିବା ବନ୍ଦ ହୋଇଯାଏ । ଗତ ବର୍ଷ WhatsApp ୱଣ୍ଡୋଜ ଓ ବ୍ଲାକବେରି ପାଇଁ ସପୋର୍ଟ କରିବା ବନ୍ଦ କରି ଦେଇଥିଲା । ଏହା ବାଦ ଚଳିତ ବର୍ଷ କେତେକ ଆଇଫୋନ ଓ ଆଣ୍ଡ୍ରଏଡ଼ ଫୋନରେ Whatsapp କାମ ନ କରିବା ନେଇ ଶୁଣାଯାଉଛି ।

whatsapp

ରିପୋର୍ଟ ଅନୁଯାୟୀ ନୂଆ ବର୍ଷରେ ios 9 ଓ Android 4.0.3 ଦ୍ୱାରା ଚାଲୁଥିବା ଫୋନରେ Whats App କାମ କରିବ ନାହିଁ । କିନ୍ତୁ Iphone 4s , Iphone 5S , Iphone 5C , Iphone 6 ଓ Iphone 6S କୁ ଅପଡେଟ କରାଯାଇପାରିବ । ବିଶେଷ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁଯାୟୀ, HTC Desire , LG Optimus Black, Motorola Droid Razr ସମେତ Samsung Galaxy S2 ପରି ଫୋନରେ ବି Whats App କାମ କରିନପାରେ ।

ଯଦି ଆପଣ ଜାଣିବାକୁ ଚାହୁଁଛନ୍ତିକି ଆପଣଙ୍କ ଫୋନରେ କେଉଁ କେଉଁ ଅପରେଟିଙ୍ଗ ସିଷ୍ଟମ କାମ କରୁଛି । ଏହାର ଭର୍ଜନ କଣ । ତେବେ ଫୋନର ସେଟିଙ୍ଗକୁ ଯାଇ ଆବାଉଟ ବିକଳ୍ପ ଅପସନ ଉପରେ କ୍ଲିକ କରନ୍ତୁ । ଏବେ ଆପଣଙ୍କୁ ପୁରା ଡିଟେଲ୍ସ ମିଳିଯିବ । ଏହା ପରେ ଆପଣଙ୍କ ଫୋନ ନୂଆ ବର୍ଷରେ କାମ କରିବ କି ନାହିଁ ଜଣା ପଡିଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.