Below header

ଆଜି ସିଏମସିରୁ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ଚିନ୍ତା ବଢାଇଲା ମାଲଗୋଦାମ ବେହେରା ସାହିର ୫୭ ଆକ୍ରାନ୍ତ

କଟକ(କେନ୍ୟୁଜ୍):  ସିଏମସିର ଚିନ୍ତା  ବଢାଇଲା ମାଲଗୋଦାମ ବେହେରା ସାହିର ୫୭ ଆକ୍ରାନ୍ତ।  ଆଜି ସିଏମସିରେ ୮୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରୁ ହୋମ୍‌ କ୍ୱାରେଣ୍ଟାଇନ୍‌ କେସ୍‌ ରହିଛି ୭୬ । ଲୋକାଲ କଣ୍ଟାକ୍ଟ କେସ୍‌ ୮ଟି ରହିଛି । ନୂଆ ୮୭ ମାମଲା ସହ ସିଏମସିର ମୋଟ ଆକ୍ରାନ୍ତ ସଂଖ୍ୟା ୧ ହଜାର ୯୧ରେ ହପଞ୍ଚିଛି। କଟକ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆଜି କଣ୍ଟେନମେଣ୍ଟ ଜୋନରୁ ୭୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣ ହେଉଛନ୍ତି ୮ ଜଣ।

ମାଲଗୋଦାମର ବେହେରା ସାହିରୁ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୭ ଜଣ ମହିଳା ଅଛନ୍ତି। ବାକି ସବୁ ପୁରୁଷ। ମହିଳା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୭ ବର୍ଷର ବାଳିକା ମଧ୍ୟ ଅଛି। ସିଡିଏ ସେକ୍ଟର-୧୧ରୁ ଜଣେ ୨୮ ବର୍ଷୀୟା ମହିଳା, ପୁରୁଣା ରାଉସପାଟଣାରୁ ୩ ଜଣ ମହିଳାଙ୍କ ସମେତ ୫ ଜଣ, ସନ୍ତୋଷ ନଗରରୁ ଜଣେ ୨୬ ବର୍ଷୀୟା ମହିଳା, ପେଟିନ ସାହିରୁ ଜଣେ ୨୩ ବର୍ଷୀୟ ପୁରୁଷ ଓ ମାଛୁଆ ବଜାରରୁ ୪ ଜଣ ମହିଳାଙ୍କ ସମେତ ୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ପୂର୍ବରୁ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି।

ସିଏମ୍‌ସି ଟ୍ବିଟ  ମୁତାବକ ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନରୁ ଆଜି ୨ ଜଣ  ୩୦ ବର୍ଷୀୟ ଓ ୩୨ ବର୍ଷୀୟ ପୁରୁଷ ଆକ୍ରାନ୍ତ ହୋଇଛନ୍ତି। ଏସସିବି ମେଡିକାଲ ଆଇସୋଲେସନରୁ ଜଣେ ୬୫ ବର୍ଷୀୟ ବୃଦ୍ଧ କରୋନା ଆକ୍ରାନ୍ତ ହୋଇଥିବା  ସୂଚନା ମିଳିଛି।  ହୋମ୍‌ କ୍ୱାରେଣ୍ଟାଇନରୁ ମୋଟ ୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ସିଏମସି ଜଣାଇଛି।

ସେହିଭଳି କାଳି ଗଲି, ନୟାସଡ଼କ, ସାନ୍ତାସାହି, ଚାଉଳିଆଗଂଜ, ମହାନଦୀ ବିହାର, ତେଲେଙ୍ଗା ବଜାର, ଦେଓ୍ଵାନ ବଜାର ଓ ବାଦାମବାଡ଼ିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କର କେଉଁ ଆଡେ ଟ୍ରାଭେଲ ହିଷ୍ଟ୍ରୀ ନଥାଇ ମଧ୍ୟ  ଏମାନେ କରୋନା ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ଦେଇଛି ସିଏମସି।  ସିଏମସିରେ ୫୮୦ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ଆକ୍ଟିଭ୍‌ ମାମଲା ରହିଛି ୫୦୧ । ସିଏମ୍‌ସିରୁ ଏପର୍ଯ୍ୟନ୍ତ ୧୦ ଜଣଙ୍କ ମୁଣ୍ଡ ନେଲାଣି କରୋନା ମହାମାରୀ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.