Below header

ରାଜଧାନୀ ଭୁବନେଶ୍ୱରରୁ ୮୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୧୨୨୮

ଭୁବନେଶ୍ୱର(କେ ନ୍ୟୁଜ): ଆଜି ରାଜଧାନୀ ଭୁବନେଶ୍ୱରରୁ ୮୯୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଏହି ସଂଖ୍ୟା ୭୮ ହଜାର ୫୭୪ ଛୁଇଁଛି । ଆଜିର ଚିହ୍ନଟଙ୍କ ମଧ୍ୟରୁ କ୍ଵାରେଣ୍ଟାଇନ ସେଣ୍ଟରରୁ ୧୨୬ ଜଣ ଥିବା ବେଳେ ଏହି ସମାନ ସଂଖ୍ୟକ ଅର୍ଥାତ ୧୨୬ ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ନେଇ ରିପୋର୍ଟ ମିଳିଛି ।

ବର୍ତ୍ତମାନ ସମୟରେ ରାଜଧାନୀରେ ୧୦ ହଜାର ୬୫୬ଟି ଆକ୍ଟିଭ କେଶ ଥିବା ବେଳେ ୩୪୫ ଜଣଙ୍କ ଜୀବନ ନେଇ ସାରିଲାଣି ଏହି ମାରାତ୍ମକ ଭାଇରସ । ଖୁସିର କଥାଯେ ଗୋଟିଏ ଦିନ ଭିତରେ ୧୨୨୮ ଜଣ ସୁସ୍ଥତା ଲାଭ କରିଥିବା ବେଳେ ଏଯାବତ ଏହି ସଂଖ୍ୟା ୬୭ ହଜାର ୫୫୨ ରେ ପହଂଚିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.