‘କଂଯ୍ୟୁରିଙ୍ଗ’ ଫିଲ୍ମରେ ଦେଖାଯାଇଥିବା ଏହି ଘରେ ବାସ୍ତବରେ ଚଳପ୍ରଚଳ କରନ୍ତି ଭୂତ! ଦମ୍ପତି ବଖାଣିଲେ ଲୋମଟାଙ୍କୁରା ଅନୁଭବ

କିଛି ଲୋକଙ୍କୁ ହରର ଫିଲ୍ମ ଦେଖିବାକୁ ଭଲ ଲାଗେ। ଆଉ କିଛି ଲୋକ ଏହା ଭାବି ହରର ଫିଲ୍ମ ଦେଖନ୍ତି ଯେ ତାଙ୍କୁ ଲାଗିଥାଏ ଏହା କେବଳ ଏକ ଫିଲ୍ମ, ଏହାର ବାସ୍ତବତା ସହିତ କୌଣସି ସମ୍ପର୍କ ନାହିଁ। କିନ୍ତୁ ଯଦି ଆମେ ଆପଣଙ୍କୁ କହିବୁ କି, ଭୂତ ପ୍ରକୃତରେ ଅଛନ୍ତି? ତା’ହେଲେ ଆପଣ କ’ଣ କହିବେ?

ବାସ୍ତବ କଥା ହେଉଛି, ୨୦୧୩ରେ ରିଲିଜ ହୋଇଥିବା ପ୍ରସିଦ୍ଧ ଫିଲ୍ମ ‘କଂଯ୍ୟୁରିଙ୍ଗ’ରେ ଦେଖାଯାଇଥିବା ଭୂତିଆ ଘରର ମାଲିକ ଏମିତି ହିଁ କିଛି କହିଛନ୍ତି। ଏହି ଭୂତିଆ ଘରେ ରହୁଥିବା ଏକ କପଲ ବଙ୍ଗଳାର କବାଟ ପବ୍ଲିକ ପାଇଁ ଖୋଲି ଦେଇଛନ୍ତି। ଯଦିଓ ଏ ପର୍ଯ୍ୟନ୍ତ କେହି ଏଠାକୁ ଭିଜିଟ କରିବାକୁ ଆସିନାହାନ୍ତି। ଏଠାରେ ରହୁଥିବା କପଲଙ୍କ କହିବା ହେଲା, ଏବେ ବି ତାଙ୍କୁ ଏଠାରେ ଭୂତର ଛାୟା ନଜର ଆସିଥାଏ। ଏହା ଏକ ଭୂତ ବଙ୍ଗଳା। ସମୟ ସମୟରେ ଏହାର ପ୍ରଭାବ ଅନୁଭୂତ ହୋଇଥାଏ।

house
photo credit: New York Post

ଏହି ଭୂତିଆ ଘରକୁ ଅନେକ ଥର ଯାଞ୍ଚ କରାଯାଇଛି। ଏଡ ଓ ଲରେନ ୱାରେନ ନାମକ ଦୁଇଜଣ ବ୍ୟକ୍ତି ଏଠାରେ ହେଉଥିବା ପାରାନର୍ମାଲ ଆକ୍ଟିଭିଟିର ଯାଞ୍ଚ କରିବାକୁ ଆସିଥିଲେ। ସେମାନେ ଯାହା କିଛି ଅନୁଭବ କରିଥିଲେ, ସେହି ଆଧାରରେ ‘କଂଯ୍ୟୁରିଙ୍ଗ’ ଫିଲ୍ମ ନିର୍ମାଣ ହୋଇଥିଲା। ଏହା ଏକ ସତ୍ୟ ଘଟଣା ଉପରେ ଆଧାରିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.