ସ୍ପର୍ମ ଡୋନେସନରୁ ଜନ୍ମ ହୋଇଥିବା ଯୁବତୀ ନିଜ ୬୩ ଭାଇ ଭଉଣୀଙ୍କ ପାଇଲେ ସୂଚନା

ସୋସିଆଲ ମିଡିଆରେ ଏମିତି ଅନେକ ଅଜବ ଅଜବ ଘଟଣା ସାମ୍ନାକୁ ଆସୁଛି । ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି । ଏଭଳି ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ସ୍ପର୍ମ ଡୋନେସନରୁ ଜନ୍ମ ନେଇଥିବା ଜଣେ ଯୁବତୀ ତାଙ୍କ ଭାଇ ଭଉଣୀକୁ ଖୋଜିବାରେ ବ୍ୟସ୍ତ । ଆଜ୍ଞା ହଁ , କଥାଟା ଅଜବ ଲାଗିଲେ ବି ସତ । ଆମେରିକାରେ ରହୁଥିବା କିୟାନୀ ଏରିୟୋ ଏଥିପାଇଁ ଏକ ଖାସ ମିଶନ ଆରମ୍ଭ କରିଛନ୍ତି । ଚାଲନ୍ତୁ ଜାଣିବା ଏ ସଂପର୍କରେ ।

ପ୍ରକୃତରେ କିୟାନୀ ଲେସବିଆନ କପଲଙ୍କଠୁ ଜନ୍ମିତ ସନ୍ତାନ । ସେ ଏକ ସ୍ପର୍ମ ଡୋନରଙ୍କ ସାହାଯ୍ୟରେ ଜନ୍ମ ହୋଇଥିଲେ । ଏହାପରେ ତାଙ୍କ ସହ ଏକ ଘଟଣା ଘଟିଥିଲା । ଯାହାପରଠୁ ସେ ତାଙ୍କ ଭାଇ-ଭଉଣୀଙ୍କୁ ଖୋଜିବା ଆରମ୍ଭ କରିଥିଲେ । ତାଙ୍କ ସହ ରହିବାକୁ ନିଷ୍ପତ୍ତି ନେଲେ । ଦ ମିରର ୱେବସାଇଟ ରିପୋର୍ଟ ଅନୁଯାୟୀ, ୨୩ ବର୍ଷର କିୟାନୀ ୪ ବର୍ଷର ଥିବା ସମୟରେ ନିଜ ବୟସର ପିଲାଙ୍କୁ ଦେଖନ୍ତି । ଯେଉଁଠି ଅନ୍ୟ ପରିବାରରେ ମାଆ- ବାପା ରହିଥିବା ବେଳେ କିୟାନୀଙ୍କ ପରିବାରରେ କେବଳ ୨ଜଣ ମାଆ ଥିଲେ ।

0uafg
pc: aajtak

କିୟାନୀ ନିଜ ପିତାଙ୍କୁ ଖୋଜିବାକୁ ଲାଗିଲେ । ପରେ ଜାଣିଲେ ଯେ, ତାଙ୍କ ପିତା ପେଣ୍ଟିଂ ସହ ସ୍ପୋର୍ଟସକୁ ବେଶି ଭଲ ପାଆନ୍ତି । ଏହାସହ ସେ ନିଜ ଭାଇ ଭଉଣୀଙ୍କୁ ଖୋଜିବାକୁ ଲାଗିଲେ । ତାଙ୍କ ପିତାଙ୍କ ଆକାଉଣ୍ଟ ପ୍ରାଇଭେଟ ଥିଲା । ଯାହଦ୍ୱାରା ତାଙ୍କ ସହ କେହିବି ସମ୍ପର୍କ କରିପାରିବେ ନାହିଁ । ପରେ କିୟାନୀଙ୍କୁ ଡୋନର କମ୍ପାନୀର ପ୍ରମୋସନାଲ ଭିଡିଓରେ ଦେଖି ଡୋନର ପିତା ଜଣକ ନିଜକୁ ସମ୍ଭାଳି ପାରିନଥିଲେ । ୧୮ ବର୍ଷରେ ସେ କିୟାନୀଙ୍କ ସମ୍ପର୍କରେ ଆସିଲେ । ଏହାପରେ ସେ ଧିରେ ଧିରେ ନିଜ ପିତାଙ୍କ ସାହାଯ୍ୟରେ ନିଜର ୬୩ ଭାଇ ଭଉଣୀଙ୍କ ସମ୍ପର୍କରେ ଆସିଲେ । ଏମାନେ ଆମେରିକାରୁ ଆରମ୍ଭ କରି କନାଡା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ରହିଥିଲେ । ଏହାସହ କିୟାନୀ ଫ୍ଲୋରିଡାରେ ନିଜ ୧୨ ଭାଇ ଭଉଣୀଙ୍କ ସହ ରୁହନ୍ତି । କରୋନା ପରେ ସେ ପୁଣି ଥରେ ନିଜର ଅନ୍ୟ ଭାଇ ଭଉଣୀଙ୍କୁ ଖୋଜିବା ଆରମ୍ଭ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.