କୋଭିଡ ମୃତକ ପରିବାର କନ୍ଯା ସନ୍ତାନଙ୍କୁ ବରୀ ବିଧାୟିକାଙ୍କ ସହାୟତା, ଝିଅଙ୍କ ନାଁରେ ଜମା କଲେ ଅର୍ଥ

ଯାଜପୁର (କେନ୍ୟୁଜ୍‌) : ଯାଜପୁର ଜିଲ୍ଲାର ବରୀ ବିଧାୟିକା ସୁନନ୍ଦା ଦାସ ସରକାରଙ୍କ ଯୋଜନା ସହିତ ନିଜସ୍ୱ କିଛି କାର୍ଯ୍ଯକ୍ରମ ଯୋଡି ସଦାସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ଯାହାର ଉଦାହରଣ ଦେଖିବାକୁ ମିଳିଛି ବରୀ ନିର୍ବାଚନମଣ୍ଡଳୀରେ । କୋଭିଡରେ ମୃତ୍ୟୁ ବରଣ କରିଥିବା ବ୍ଯକ୍ତିମାନଙ୍କର କନ୍ଯା ସନ୍ତାନମାନଙ୍କୁ ସହାୟତା ଦେବା ଆରମ୍ଭ କରିଛନ୍ତି । ସେମାନଙ୍କୁ ସିଧାସଳଖ ଅର୍ଥରାଶି ନଦେଇ ଡାକଘରର କିଶାନ ବିକାଶ ପତ୍ର ମାଧ୍ୟମରେ ୫ହଜାର ଟଙ୍କାର ଏକ ସ୍ଥାୟୀ ଜମା ବଣ୍ଡ ପ୍ରଦାନ କରିଛନ୍ତି।

ପ୍ରଥମ ପର୍ଯ୍ଯାୟରେ ବିଧାୟିକା ୬ଟି ପଞ୍ଚାୟତର ଏଭଳି ୧୩ଟି ପରିବାରର ୨୨ଜଣ କନ୍ୟା ସନ୍ତାନଙ୍କୁ ସହାୟତା ଦେଇଛନ୍ତି । ପଞ୍ଚାୟତ ଗୁଡିକ ହେଲା ସ୍ୱାଇଁଖଣ୍ଡ, ଗୋଳକୁଣ୍ଡ, ଧାରପୁର, ସେରପୁର, ଚନ୍ଦନପୁର,ବାଇଁଶିରିଆ ପ୍ରଭୃତି।

ବିଧାୟିକାଙ୍କ ଏଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। କରୋନା ଯୁଦ୍ଧରେ ପରିବାରର ମୁଖ୍ଯ ବା ପିତାଙ୍କୁ ହରାଇଥିବା ଝିଅମାନଙ୍କ ନାମରେ ବିଧାୟିକା ସୁନନ୍ଦା ଦାସ ନିଜ ଦରମାରୁ ୫ ହଜାର ଟଙ୍କା ଡାକଘର ମାଧ୍ୟମରେ ଫିକ୍ସଡ ଡିପୋଜିଟ କରି ବଣ୍ଡ ପ୍ରଦାନ କରୁଛନ୍ତି। ତାଙ୍କ ନିର୍ବାଚନମଣ୍ଡଳୀ ମଧ୍ୟରେ ଥିବା ସମସ୍ତ ପଞ୍ଚାୟତରେ କୋଭିଡ ମୃତକମାନଙ୍କର କନ୍ଯାମାନଙ୍କୁ ଏହି ସହାୟତା ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.