ମନମୁଣ୍ଡା ରେଞ୍ଜ ଯୋଗୀନ୍ଦ୍ରପୁର ଗ୍ରାମରୁ ୮ଫୁଟ ଅଜଗର ସାପ ଉଦ୍ଧାର

କଣ୍ଟାମାଳ(କେନ୍ୟୁଜ୍): ଅଜଗର ସାପ ଉଦ୍ଧାର! ବୌଦ୍ଧ ଜିଲ୍ଲା ମନମୁଣ୍ଡା ରେଞ୍ଜ ଯୋଗୀନ୍ଦ୍ରପୁର ଗ୍ରାମରୁ ଏକ ୮ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। ବନ ବିଭାଗର କର୍ମଚାରୀ ସ୍ନେକ ହେଲ୍ପ ଲାଇନ ସହାୟତାରେ ସାପଟିକୁ ଧରି ସ୍ଥାନୀୟ ଅର୍ଜୁନପୁର ଜଙ୍ଗଲରେ ଛାଡି ଦେଇଥିଲେ।

ସାପକୁ ନେଇ ନିଟକରେ ଭାଇରାଲ ହୋଇଥିଲା ଏହି ଘଟଣା:

ସାପ ଦେଖିଲେ କିଏ ବା ନ ଡରେ । ଏମିତି ହୁଏତ ମଣିଷଙ୍କ ସହିତ ହିଁ ହୋଇଥାଏ । ଜଙ୍ଗଲୀ ଜୀବଜନ୍ତୁଙ୍କ କ୍ଷେତ୍ରରେ କିନ୍ତୁ କିଛି ଭିନ୍ନ ହୋଇଥାଏ । ହୁଏତ ମଣିଷ ପରି କିଛି ପ୍ରାଣୀଙ୍କ ପାଇଁ ସାପ କ୍ଷତିକାରକ ହୋଇପାରେ । କିନ୍ତୁ ଜଙ୍ଗଲୀ ଜୀବଜନ୍ତୁ ମାନେ ହୁଏତ ସାପକୁ ଦେଖି ସେତେଟା ଭୟ କରନ୍ତି ନାହିଁ । ସେମାନେ ସାପର ସାଙ୍ଗ ପାଲଟିଯାନ୍ତି । ସାପ ସେମାନଙ୍କ ପାଇଁ ଶିକାର ସଦୃଶ ହୋଇଥିବ । ପାଣିର ଚିତା ଭାବେ ଜଣା କୁମ୍ଭୀର ଅନେକ ଥର ଏମିତି ଶିକାର କରିଥାଏ ଯାହା ଅନ୍ୟ ମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥାଏ ।

ଏହି ଭିଡିଓଟିରେ ବି କୁମ୍ଭୀରଟି ଏକ ବିରାଟ କାୟ ସାପ ଉପରେ ଆଟାକ କରି ବସୁଛି । ଆଉ ତାହା ପରେ ଯାହା ଘଟିଛି ସେମିତି ଦୃଶ୍ୟ ଆପଣ ହୁଏତ ଆଗରୁ କେବେ ଦେଖିନଥିବେ । ଆଉ ଆଜି ଏହି ଭିଡିଓଟିକୁ ଦେଖି ହୁଏତ ଆପଣ ଚିନ୍ତାରେ ପଡିଯିବେ । କାହିଁକି ଜାଣନ୍ତି କାହିଁକି ନା ଏଠି କୁମ୍ଭୀରଟି ଏକ ବିରାଟକାୟ ସାପକୁ ମାଡି ବସୁଛି । ଆଉ ତାହା ପରେ ଯାହା ଘଟୁଛି ତାହା ଆପଣ ହୁଏତ ଭିଡିଓ ଦେଖି ଜାଣିପାରିବେ ।

ଏହି ଭିଡିଓଟିକୁ ଟ୍ୱିଟର ପେଜରେ @wildcapturd ନାମକ ବ୍ୟକ୍ତି ସେୟାର କରିଛନ୍ତି । ଭିଡିଓରେ ଆପଣ ଦେଖିପାରିବେ ଏକ ବଡ କୁମ୍ଭୀର ଆରାମରେ ଶୋଇ ରହିଛି । ଆଉ କିଛି ସମୟ ପରେ କୁମ୍ଭୀରଟି ସାପକୁ ଫଲୋ କରି କରି ଯାଉଛି । ସାପକୁ ଜମା ବି ଜଣାପଡିଲା ନାହିଁ କୁମ୍ଭୀର ତା ଉପରେ ଅତର୍କିତ ଆକ୍ରମଣ କରିଦେଲା । ଆକ୍ରମଣ ଏମିତି ତତକ୍ଷଣାତ ଓ ଜବରଦସ୍ତ ଭାବେ ହେଉଛିଯେ ସାପକୁ ସମ୍ଭାଳିବା ପାଇଁ ଟିକେ ହେଲେ ବି ସମୟ ମିଳୁନାହିଁ । ୨୨ ସେକେଣ୍ଡର ଏହି ଭିଡିଓରେ କୁମ୍ଭୀର ଏତେ ଶୀଘ୍ର ସାପକୁ ଖାଇ ଦେଉଛିଯେ କିଛି ଚିନ୍ତା କରିବାକୁ ମୌକା ବି ମିଳୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.