ଆଶ୍ଚର୍ଯ୍ୟ: ଖବରକାଗଜରେ ନିଜର ମୃତ୍ୟୁ ପ୍ରମାଣପତ୍ର ହଜିଯାଇଥିବାର ବିଜ୍ଞାପନ ଦେଲେ ବ୍ୟକ୍ତି ; ଏବେ ଫଟୋ ଭାଇରାଲ୍…

ବର୍ତ୍ତମାନ ଡିଜିଟାଲ ଯୁଗରେ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ବିବାଦୀୟ, ମଜାଳିଆ କିମ୍ବା ଆଶ୍ଚର୍ଯ୍ୟଜନକ ଭିଡିଓ ଏବଂ ଫଟୋ ଭାଇରାଲ ହୁଏ। ତେବେ ଏପରି ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ବିଜ୍ଞାପନ ମାଧ୍ୟମରେ ଆଶ୍ଚର୍ଯ୍ୟ ଜନକ ଜିନିଷ ଦାବି କରାଯାଇଛି ଯାହା ଅସମ୍ଭବ । ଏହି ଘଟଣାଟି ବୈଷୟିକ ତ୍ରୁଟି ହେତୁ ହୋଇପାରେ କିନ୍ତୁ ଏହି ଭିଡିଓ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଲୋକମାନେ ମଧ୍ୟ ବିଭିନ୍ନ ଉପାୟରେ ମନ୍ତବ୍ୟ ଦେଉଛନ୍ତି ।

ଯଦିଓ ଦେଶ ଡିଜିଟାଲ୍ ଆଡକୁ ଦ୍ରୁତ ଗତିରେ ଗତି କରୁଛି ତଥାପି ଲୋକମାନେ ଖବରକାଗଜରେ ମୁଦ୍ରିତ ବିଜ୍ଞାପନ ଉପରେ ଅଧିକ ନିର୍ଭର କରନ୍ତି । କିନ୍ତୁ ବର୍ତ୍ତମାନ ଏପରି ଏକ ବିଜ୍ଞାପନ ସୋସିଆଲ ମିଡ଼ିଆରେ ଘୁରିବୁଲୁଛି ଯେଉଁଥିରେ ଲେଖା ଯାଇଛି ‘ମୋଡେଥ ସାର୍ଟିଫିକେଟ ହଜି ଯାଇଛି। ୨୦୨୨ ସେପ୍ଟେମ୍ବର ୭ ତାରିଖ ସକାଳ ୧୦ଟା ସମୟରେ ଏହା ଲମ୍‌ଡିଙ୍ଗ ବଜାରରେ ହଜିଯାଇଛି।’ ଯଦି କେହି ଏହାକୁ ପାଇଥା’ନ୍ତି, ତେବେ ଦିଆଯାଇଥିବା ଠିକଣାରେ ଫେରାଇ ଦେବେ। ’ ଆଶ୍ଚର୍ଯ୍ୟ ହଉଛନ୍ତି କି ? ଏକଥା ଆମେ କହୁନୁ। ଏ ଭାଇରାଲ ବିଜ୍ଞାପନ କହୁଛି।

ଆଇପିଏସ ରୁପିନ ଶର୍ମା ରବିବାର ଏକ ପ୍ରିଣ୍ଟ ବିଜ୍ଞାପନ ତାଙ୍କ ଟୁଇଟର ହାଣ୍ଡେଲରେ ଶେୟାର କରିଛନ୍ତି। ଏହି ବିଜ୍ଞାପନରେ ରଞ୍ଜିତ ନାମକ ଜଣେ ବ୍ୟକ୍ତି ନିଜ ମୃତ୍ୟୁ ପ୍ରମାଣପତ୍ର ହଜି ଯାଇଥିବା ଉଲ୍ଲେଖ କରିଛନ୍ତି। ମୃତ୍ୟୁ ସାର୍ଟିଫିକେଟ ଜଣେ ବ୍ୟକ୍ତିର ମୃତ୍ୟୁ ପରେ ହିଁ ବାହାରେ। ହେଲେ ବ୍ୟକ୍ତି ଜଣକ ନିଜ ମୃତ୍ୟୁ ସାର୍ଟିଫିକେଟ ଆସାମର ଲମଡିଙ୍ଗ ବଜାରରେ ହଜିଯାଇଥିବା ବିଜ୍ଞାପନରେ ଲେଖିଛନ୍ତି। ଏପରିକି ବିଜ୍ଞାପନରେ ମୃତ୍ୟୁ ସାର୍ଟିଫିକେଟର ରେଜିଷ୍ଟ୍ରେନ ନମ୍ବର ଏବଂ ସିରିଏଲ ନମ୍ବର ମଧ୍ୟ ଉଲ୍ଲେଖ ରହିଛି।

ଯାହା ଲୋକଙ୍କ ବୁଝିବା ବାହାରେ ଏବଂ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିଜ୍ଞାପନ ମଧ୍ୟ ଖବରକାଗଜ ଦ୍ୱାରା ଛପା ଯାଇଥିଲା। ଯାହା ହେଉ କିନ୍ତୁ ଏହି ଭିଡିଓ ମୁଦ୍ରିତ ଏହି ବିଜ୍ଞାପନରେ ଆଜିକାଲି ସୋସିଆଲ ମିଡିଆରେ ଛାଇ ରହିଛି, ଲୋକମାନେ ମନ୍ତବ୍ୟ ଦେଉଛନ୍ତି ଯେ ବ୍ୟକ୍ତି ଜଣଙ୍କ ଜୀବିତ ଥିବାବେଳେ ମୃତ୍ୟୁ ପ୍ରମାଣପତ୍ର କିପରି ପାଇଛନ୍ତି ବୋଲି ପଚାରୁଛନ୍ତି। ଖବରକାଗଜରେ ମୁଦ୍ରିତ ଏହି ବିଜ୍ଞାପନର ଫଟୋ ସେୟାର କରିବାବେଳେ ଜଣେ ଆଇପିଏସ୍ ଅଧିକାରୀ ଲେଖିଛନ୍ତି ଯେ ଏମିତି କେବଳ ଭାରତରେ ହିଁ ହୋଇଥାଏ।।

ତେବେ ଫଟୋଟି ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହୋଇଛି। ଏହି ପୋଷ୍ଟକୁ ନେଇ ଅନେକ ମଜାଦାର କମେଣ୍ଟ ୟୁଜର୍ସ ଦେଇଛନ୍ତି। ଜଣେ କହିଛନ୍ତି ‘ଏହାକୁ ପାଇବା ପରେ ଯେଉଁଠି ସେ ପହଞ୍ଚିବା କଥା ସାର୍ଟିଫିକେଟ ସେଇଠି ରହିଛି। ଅନ୍ୟଜଣେ କହିଛନ୍ତି, ଯଦି କେହି ତାଙ୍କ ମୃତ୍ୟୁ ସାର୍ଟିଫିକେଟ ପାଇବେ ତେବ ତାଙ୍କୁ ଫେରାଇ ଦେବ। ଏଆକୁ ଅତି ଜରୁରୀ ବୋଲି ଭାବିବେ । ନ ହେଲେ ଭୂତ ରାଗିଯିବ।’ ଆଉ କେହି କହିଛନ୍ତି ବ୍ୟକ୍ତି ଜଣକ କ’ଣ ସ୍ୱର୍ଗରୁ ସାହାଯ୍ୟ ମାଗୁଛନ୍ତି କି? କିଛି ଉପଭୋକ୍ତା ଥଟ୍ଟା କରି ପଚାରିଥିଲେ ଯେ ହଜିଯାଇଥିବା କାଗଜ ପାଇବା ପରେ ସେମାନେ କେଉଁଠାରେ ପହଞ୍ଚାଇବା ଉଚିତ୍। ଆଉ ଜଣେ ୟୁଜର୍ସ ଲେଖିଛନ୍ତି ‘ପ୍ରଥମ ଥର ପାଇଁ ଜଣେ ନିଜର ମୃତ୍ୟୁ ସାର୍ଟିଫିକେଟ ହଜାଇ ଦେଇଛି।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.