Below header

ଓଡିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ଏବଂ ଶିଶୁ-କିଶୋର ପତ୍ରିକା କୁନିକଥାର ଅଷ୍ଟମ ସ୍ବନକ୍ଷତ୍ର ଉତ୍ସବ

ଭୁବନେଶ୍ବର: ଓଡିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା କାଦମ୍ବିନୀର ଊନବିଂଶ ଏବଂ ଓଡିଶାର ସର୍ବପ୍ରଥମ ମାସିକ ପାରିବାରିକ ଶିଶୁ-କିଶୋର ପତ୍ରିକା କୁନିକଥାର ଆଜି ଅଷ୍ଟମ ସ୍ବନକ୍ଷତ୍ର ଉତ୍ସବ । ସଂଧ୍ୟା ୬ଟା ସମୟରେ ଏହା ଭୁବନେଶ୍ବର ସ୍ଥିତ ରବିନ୍ଦ୍ର ମଣ୍ଡପରେ ଆୟୋଜିତ ହେବ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଝାଡଖଣ୍ଡର ମହାମହିମ ରାଜ୍ୟପାଳ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ, ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ଶ୍ରୀଯୁକ୍ତ ଉଦୟନ ବାଜପେୟୀ ଏବଂ ମୁଖ୍ୟ ବକ୍ତା ଭାବେ ବିଶିଷ୍ଟ ଲେଖକ ଓ ସାମ୍ବାଦିକ ଶ୍ରୀଯୁକ୍ତ ଆଶୁତୋଷ ଭରଦ୍ବାଜ ଯୋଗ ଦେବେ । ଏହି ଉତ୍ସବରେ ସଭାପତିତ୍ବ କରିବେ ବରିଷ୍ଠ ସାହିତ୍ୟିକ ଡ.ବିଭୂତି ପଟ୍ଟନାୟକ । ଉତ୍ସବରେ କାଦମ୍ବିନୀ ଓ କୁନିକଥା ପତ୍ରିକାର ଜୁଲାଇ ସଂଖ୍ୟା ଏବଂ କାଦମ୍ବିନୀ ମିଡିଆ ପ୍ରକାଶିତ ଡ.ଇତି ସାମନ୍ତଙ୍କ ପୁସ୍ତକ ମୁଦ୍ରିତ ନାୟିକାର ଶୁଭ ଉନ୍ମୋଚନ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.