କୋରାପୁଟ କୋଟପାଡ ସିନ୍ଧିଗା ନିକଟରେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା ପିକଅପ୍‌ ଭ୍ୟାନ୍‌: ୯ ଜଣଙ୍କର ମୃତ୍ୟୁ, ବଢିଚାଲିଛି ଗୁରୁତରଙ୍କ ସଂଖ୍ଯା

ଜୟପୁର: କୋରାପୁଟ କୋଟପାଡ ସିନ୍ଧିଗା ନିକଟରେ ମର୍ମନ୍ତୁଦ ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ୧୩ ଆହତଙ୍କୁ ଜଗଦଲପୁର ଡୋରନ ପାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ଏହି ସୂଚନା ଦେଇଛନ୍ତି କୋରାପୁଟ ଏସପି ଭି. ଗୁଣ୍ଟୁପାଲ୍ଲି । ମୃତକମାନେ ସମସ୍ତେ ଛତିଶଗଡ଼ର।

ସୂଚନା ଅନୁଯାୟୀ, ଗତକାଲି କୋଟପାଡ ମୁର୍ତ୍ତାହାଣ୍ଡି ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ପିକଅପ୍‌ ଭ୍ୟାନ୍‌ରେ କଲଚା ଗାଁରୁ ୩୫ରୁ ଉର୍ଦ୍ଧ୍ୱ ଲୋକ ଦଶାହ କାର୍ଯ୍ୟ ସାରି ଫେରୁଥିବାବେଳେ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାର କରିଥିଲା। ମନ୍ତ୍ରୀ ପଦ୍ମିନୀ ଦିଆନ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.