ଜଙ୍ଗଲରୁ ଆସି ସହର ନିକଟ ଜନବସତିରେ ପଶିଲା ବଣୁଆ ସମ୍ବର, ପୋଲସରା ବନବିଭାଗ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଗଂଜାମ: ବାଟବଣା ହେଲା ବଣୁଆ ଜନ୍ତୁ । ଜଙ୍ଗଲରୁ ଆସି ସହର ନିକଟ ଜନବସତିରେ ପଶିଲା ବଣୁଆ ସମ୍ବର । ଗଂଜାମ ଜିଲ୍ଲା ପୋଲସରା ବନାଞ୍ଚଳ ଅନ୍ତର୍ଗତ ରାଣୀପଡା, ବଡ଼ସାହି ନିକଟ ଏକ ଘରେ ସମ୍ବରଟି ପଶିଯାଇଥିଲା ।

ସଂପୃକ୍ତ ଘରର ପାଇଖାନା ଘରେ ପଶିଯାଇଥିବାରୁ ପୋଲସରା ବନବିଭାଗ କର୍ମଚାରୀ ଓ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.