ଝାରପଡ଼ା ଜେଲ୍‌ରେ ୯୬ ଅନ୍ତେବାସୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ, ଜେଲ୍‌ରେ ସଂକ୍ରମିତଙ୍କ ପାଇଁ କରାଯାଇଛି ୧୦୦ବେଡ୍‌ ବିଶିଷ୍ଟ ଆଇସୋଲେସନ୍‌ ୱାର୍ଡ

ଭୁବନେଶ୍ୱର(କେନ୍ୟୁଜ): କରୋନା କବଳରେ  କଏଦୀ। ଝାରପଡ଼ା ଜେଲ୍‌ରେ ୯୬ ଅନ୍ତେବାସୀ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ପଜିଟିଭ୍‌ ଚିହ୍ନଟ କଏଦୀ ମାନଙ୍କୁ ସ୍ୱତନ୍ତ୍ର ଆଇସୋଲେସନ୍‌ ୱାର୍ଡରେ ରଖାଯାଇଛି। ଜେଲ୍‌ରେ ସଂକ୍ରମିତଙ୍କ ପାଇଁ ୧୦୦ବେଡ୍‌ ବିଶିଷ୍ଟ ଆଇସୋଲେସନ୍‌ ୱାର୍ଡ କରାଯାଇଛି। ସେଠାରେ ୨ଜଣ ପାରାମେଡିକାଲ ଷ୍ଟାଫ୍‌ ଓ ଜଣେ ନର୍ସ ଅଛନ୍ତି।

ଯେଉଁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗୁଡୁଛି ସେମାନଙ୍କୁ ସ୍ୱାସ୍ଥ୍ୟ ବିଭାଗର ଗାଇଡ୍‌ଲାଇନ୍‌ ଅନୁସାରେ କୋଭିଡ୍‌ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଉଥିବା ଜେଲ୍‌ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି। ନିୟମିତ ଭାବେ ଝାରପଡ଼ା ଜେଲ୍‌ରେ ସାନିଟାଇଜ୍‌ କରାଯିବା ସହ କଏଦୀଙ୍କୁ ସାମାଜିକ ଦୂରତା ରଖିବାକୁ କୁହାଯାଇଛି। କଏଦୀ ମାନଙ୍କୁ ଡବଲ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି।

ସୂଚନାଯୋଗ୍ୟ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଭାବି ସମୁଦି ତଥା ପୂର୍ବତନ ଆଇଏଫ୍‌ଏସ୍ ଅଧିକାରୀ ଅଭୟ ପାଠକ  କରୋନା ପଜଟିଭ୍ ଚିହ୍ନଟ।  ଉଭୟଙ୍କୁ ଝାରପଡ଼ା ଜେଲରେ ଆଇସୋଲେସନରେ ରଖାଯାଇଛି ।  ବର୍ତ୍ତମାନ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜେଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.