ଗତ ୨୪ଘଣ୍ଟାରେ ରାଜ୍ଯରେ ଆଉ ୯୮୮୯ କରୋନା ପଜିଟିଭ୍‌ ଚିହ୍ନଟ, ୧୬ଜଣଙ୍କ ଗଲା ଜୀବନ

ଭୁବନେଶ୍ବର: ରାଜ୍ୟରେ ପୁଣି ୧୦ହଜାର ମୁହାଁ ଦୈନିକ ସଂକ୍ରମଣ। ଗତ ୨୪ଘଣ୍ଟାରେ ଆଉ ୯୮୮୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୯ଟି ଜିଲ୍ଲାରେ ୪୦୦ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୩୧ ଜଣ ନୂଆ ଆକ୍ରାନ୍ତ ହୋଇଛନ୍ତି।

ସୁନ୍ଦରଗଡ଼ରୁ ୧୧୩୭, କଟକରୁ ୭୯୦, ବରଗଡ଼ରୁ ୪୮୩, ସମ୍ବଲପୁରରୁ ୪୭୦, ଅନୁଗୁଳରୁ ୪୪୩ ଓ ପୁରୀରୁ ୪୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଳାହାଣ୍ଡିରୁ ୪୧୪, ଝାରସୁଗୁଡ଼ାରୁ ୩୮୬, ନୂଆପଡାରୁ ୩୩୫ ନୂଆ କେସ୍‌ ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ପଜିଟିଭ୍‌ ୪ଲକ୍ଷ ୮୧ହଜାର ୪୨୫କୁ ବୃଦ୍ଧି ପାଇଛି। ସେହିପରି ଆଜି ରାଜ୍ୟରେ କରୋନା ନେଲା ୧୬ଜଣଙ୍କ ଜୀବନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.