Below header

ଅନୁଗୁଳ: ନବମ ଶ୍ରେଣୀ ଛାତ୍ରଙ୍କ କମାଲ, ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ତିଆରି କଲେ ‘ଇକୋ ପଲ୍ୟୁଟ ଭେଇକିଲ ମ୍ୟୁଟ’ ପ୍ରକଳ୍ପ

ଅନୁଗୁଳ(କେନ୍ୟୁଜ୍): ପ୍ରଦୂଷଣକୁ ନେଇ ସାରା ବିଶ୍ୱ ଚିନ୍ତାରେ। ଏହାକୁ ମୁକାବିଲା କରିବାକୁ ଚାଲିଛି ବହୁ ଗବେଷଣା। ଅନୁଗୁଳ ଜିଲ୍ଲା ଗଡ଼ସାନ୍ତ୍ରୀ ନେହେରୁ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ଆୟୁଷ ବିଶ୍ୱାଳ ନିର୍ମାଣ କରିଛନ୍ତି ଇକୋ ପଲ୍ୟୁଟ ଭେଇକିଲ ମ୍ୟୁଟ ପ୍ରକଳ୍ପ। ଗାଡ଼ିର ଇଞ୍ଜିନ ଦୁର୍ବଳ ହୋଇଗଲେ ଏହି ପ୍ରକଳ୍ପ ଦ୍ୱାରା ବିଷାକ୍ତ ଧୁଆଁକୁ ରୋକାଯାଇପାରିବ। ବ୍ଲକସ୍ତରୀୟ ବିଜ୍ଞାନମେଳାରେ ଏହାକୁ ଦେଖିବା ପାଇଁ ପ୍ରବଳ ଭିଡ଼ ହୋଇଥିଲା। ଗାଡ଼ିର ଇଞ୍ଜିନ ଦୁର୍ବଳ ହୋଇଗଲେ ଆଲୋକ ପ୍ରତିଫଳନ ଦ୍ୱାରା ସେଥିରୁ ବାହାରୁ ଥିବା କାର୍ବନ ଡାଇଅକ୍‌ସାଇଡ ମଧ୍ୟରେ ଆଲୋକ ଗତି କରିପାରେ ନାହିଁ। ଫଳରେ ସେଥିରେ ଲାଗିଥିବା ଡିଭାଇସ ଇଞ୍ଜିନକୁ ବନ୍ଦ କରିବା ସହ ଗାଡ଼ିକୁ ଆଗକୁ ବଢିବାକୁ ଦେଇନଥାଏ। ଅଳ୍ପ ଟଙ୍କାରେ ନିର୍ମାଣ କରାଯାଇଥିବା ପ୍ରକଳ୍ପକୁ ପ୍ରୋତ୍ସାହନ ପ୍ରଦାନ କରାଗଲେ ଏହା ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ସହାୟକ ହେବ ବୋଲି କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.