ଅନ୍ୟ କାହା ଚାର୍ଜର ବ୍ୟବହାର କରୁଛନ୍ତି କି? ହୋଇଯାଆନ୍ତୁ ସାବଧାନ୍‌, ଚୋରି ହୋଇପାରେ ବ୍ୟକ୍ତିଗତ ତଥ୍ୟ

ପ୍ରାୟତଃ ଆମେ ରେଳ ଷ୍ଟେସନ୍‌, ଏୟାରପୋର୍ଟ ବା ହୋଟେଲରେ ନିଜ ମୋବାଇଲ୍‌ କିମ୍ବା ଟ୍ୟାବ୍‌ ଆଦିକୁ ସେଠାରେ ଲାଗିଥିବା ଚାର୍ଜରରେ ଚାର୍ଜ କରିଥାଉ। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସେଠାରେ ଫୋନ୍‌ ଚାର୍ଜ ହେବା ସହ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଖାଲି ହୋଇଯିବ କିମ୍ବା ମୋବାଇଲ୍‌ରେ ଥିବା ବ୍ୟକ୍ତିଗତ ତଥ୍ୟ, ଇମେଲ୍‌, ପାସଓ୍ଵାର୍ଡ ଆଦି ମଧ୍ୟ ଚୋରି ହୋଇପାରେ। ଏମିତିକି ଆପଣଙ୍କ ଫୋନ୍‌ ଓ ଲ୍ୟାପଟପ୍‌ ସବୁଦିନ ପାଇଁ ଲକ୍‌ ମଧ୍ୟ ହୋଇଯାଇପାରେ। ଏକଥା କେହି ଭାବିନଥିବେ, କିନ୍ତୁ ଏହା ସତ। ଦୁନିଆର ବଡ଼ ବଡ଼ ହ୍ୟାକର ଏବେ ସାର୍ବଜନୀନ କେବୁଲ ଓ ୟୁଏସ୍‌ବି ପୋର୍ଟରେ ମାଲାବେୟର ଲଗାଇ ଲୋକଙ୍କ ଗୋପନୀୟ ତଥ୍ୟ ଚୋରି କରିନେଉଛନ୍ତି। ଏହାକୁ ଟେକ୍ନିକାଲ ଭାଷାରେ ‘ଜୁସ୍‌ ଜ୍ୟାକିଂ’ କୁହାଯାଏ।

ସାଇବର ବିଶେଷଜ୍ଞଙ୍କ କହିବାନୁସାରେ ଲୋକମାନେ କୌଣସି ସାର୍ବଜନୀନ ସ୍ଥାନରେ ନିଜ ଫୋନ୍‌ କିମ୍ବା ଲ୍ୟାପଟପ୍‌ ଚାର୍ଜରେ ବସାଇବା ବେଳେ ହ୍ୟାକରମାନେ ସେହି ଡିଭାଇସ୍‌ ମାଧ୍ୟମରେ ସମ୍ପୃକ୍ତ ବ୍ୟକ୍ତିଙ୍କ ସମସ୍ତ ତଥ୍ୟ ଚୋରି କରିନେଇଯାଇଥାନ୍ତି। ଏହି ଡିଭାଇସ୍‌ ମାଧ୍ୟମରେ ହ୍ୟାକର ଦୂରରେ ରହି ମଧ୍ୟ ଆପଣଙ୍କ ଫୋନ୍‌କୁ ଅପରେଟ୍‌ କରିପାରିବ। ହ୍ୟାକର ଫୋନ୍‌ର ଡାଟାକୁ ପଢ଼ିପାରିବେ ତାକୁ ନେଇପାରିବେ, ଏମିତିକି ଆପଣଙ୍କ ଫୋନ୍‌ ବା ଲାପଟପ୍‌କୁ ଲକ୍‌ ମଧ୍ୟ କରିପାରିବେ।

ଏହାସହ ପଢ଼ନ୍ତୁ: Googleର Best Game ଭାବେ ମନୋନୀତ ହେଲା ଇଣ୍ଡିଆନ ଏୟାରଫୋର୍ସର ଭିଡିଓ ଗେମ

ଆମେରିକା ସମେତ ଅନ୍ୟ ଦେଶମାନଙ୍କରେ ଲୋକଙ୍କୁ ଏହି ହ୍ୟାକରଙ୍କ ସମ୍ପର୍କରେ ସଚେତନତା କରାଯାଉଛି। ଏଣୁ କୌଣସି ବାହାର ସ୍ଥାନରେ ମୋବାଇଲ କିମ୍ବା ଲାପଟପ୍‌ ଚାର୍ଜରେ ବସାଇବା ବେଳେ ସବୁବେଳେ ନିଜ ଚାର୍ଜରରେ ବସାଇବାକୁ ସାଇବର ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି। ଏଥିସହ ଆପଣ ଚାହିଁଲେ ସୁରକ୍ଷା ଡିଭାଇସ୍‌ ମଧ୍ୟ ବ୍ୟବହାର କରିପାରିବେ। ଏହି ଡିଭାଇସ୍‌କୁ ୟୁଏସ୍‌ବି କଣ୍ଡୋମ୍‌ କୁହାଯାଏ। ଏହି ଡିଭାଇସ୍‌ ଚାର୍ଜିଂ କେବୁଲ ମାଧ୍ୟମରେ ଡାଟା ଆଦାନପ୍ରଦାନ ରୋକିଦେବ। ଯାତ୍ରା କରିବା ବେଳେ ସାଙ୍ଗରେ ପାଓ୍ଵାର ବ୍ୟାଙ୍କ ରଖିବା ଅଧିକ ସୁରକ୍ଷିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.