ପାଳିତ କୁକୁରକୁ ବୁଲାଇବାକୁ ନେଇଥିଲେ ଗର୍ଭବତୀ ମହିଳା, ଜଙ୍ଗଲୀ କୁକୁରଙ୍କ ଆକ୍ରମଣରେ ଚାଲିଗଲା ଜୀବନ

ଫ୍ରାନ୍ସରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଙ୍ଗଲକୁ ନିଜ କୁକୁରକୁ ବୁଲାଇବାକୁ ନେଇଯାଇଥିବା ବେଳେ ଜଣେ ଗର୍ଭବତୀ ମହିଳାଙ୍କ ଉପରେ ଜଙ୍ଗଲୀ କୁକୁରମାନେ ଆକ୍ରମଣ କରି ତାଙ୍କୁ ମାରିଦେଇଛନ୍ତି । ତଦନ୍ତକାରୀମାନଙ୍କ କହିବା ଅନୁଯାୟୀ ୨୯ ବର୍ଷୀୟା ମହିଳା ଏଲିଶା ପିଲାର୍ସ୍କିଙ୍କ ଶବ Villars-Couture ସହରର ଜଙ୍ଗଲରୁ ଉଦ୍ଧାର କରାଯାଇଛି ।

ସୂଚନା ଅନୁଯାୟୀ ଫ୍ରାନ୍ସର ଏହି ସହର ପୂର୍ବରୁ ୯୦ କିଲୋମିଟର ଦୂରରେ ଅବସ୍ଥିତ । ମିଳିଥିବା ସୂଚନା ଅନୁଯାୟୀ ପିଲାର୍ସ୍କି ଛଅ ମାସର ଗର୍ଭବତୀ ଥିଲେ । ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ଅନେକ କୁକୁରଙ୍କ ଆକ୍ରମଣ ପରେ ଅଧିକ ରକ୍ତ ବହିଯିବାରୁ ମହିଳାଙ୍କ ମୃତ୍ୟୁ ଘଟିଛି । ତେବେ କେଉଁ କୁକୁରମାନେ ମହିଳାଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ କିଏ କାମୁଡିଥିଲା ସେ ନେଇ ତଦନ୍ତ ଜାରି ରହିଛି । ୯୩ଟି କୁକୁରଙ୍କ ଯାଞ୍ଚ କରାଯିବା ସହିତ ମହିଳା ପାଳିଥିବା ୫ଟି କୁକୁରର ମଧ୍ୟ ଯାଞ୍ଚ କରାଯାଇଛି ।

Image result for pregnant lady killed by Wild dogs when they roam the pet dog,

ଏହାସହ ପଢନ୍ତୁ ଅଜବ ଅନ୍ତେଷ୍ଟି, ଅନ୍ତିମ ସଂସ୍କାରର ଏଭଳି ଭିନ୍ନ ପରମ୍ପରା ଯାହା ଉଡାଇଦେବ ଆପଣଙ୍କ ହୋସ

ପୋଲିସର କହିବା ଅନୁଯାୟୀ ମହିଳାଜଣକ କୁକୁରଙ୍କୁ ଦେଖିବା ପରେ ଡରିଯାଇ ତାଙ୍କ ସ୍ୱାମୀଙ୍କୁ କଲ କରିଥିଲେ । ତେବେ ତାଙ୍କ ପତି ସେଠାରେ ପହଂଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା । ମହିଳାଙ୍କ ପତି ସେଠାରେ ପହଂଚି ଦେଖିଥିଲେ ଯେ ତାଙ୍କର ପାଳିତ କୁକୁର ଆହତ ହୋଇଛି ଏବଂ ତାଙ୍କ ପତ୍ନୀ ମରି ପଡିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.