ରାକ୍ଷୀର ସମ୍ପର୍କରେ ଦାଗ ଲାଗାଇଲା ଭାଇ,ଶେଷରେ ନିଜ ରକ୍ତର ଭଉଣୀ ସହ କଲା ଦୁଷ୍କର୍ମ

ବରଗଡ଼ ଜିଲ୍ଲାରେ ଲଜ୍ଜ୍ୟା । ନିଜର ତୃଷ୍ଣା ମେଣ୍ଟାଇବା ପାଇଁ ଚାରି ବର୍ଷୀୟା ଭଉଣୀକୁ ଦୁଷ୍କର୍ମ କରିଛି ଖୋଦ ନିଜର ରକ୍ତ ସମ୍ପର୍କୀୟ ଭାଇ । ଏଭଳି ଲଜ୍ଜ୍ୟା ଜଣକ ଘଟଣା ଘଟିଛି ଅତାବିରା ଥାନା ଗୋଡଭଗା ଅଂଚଳରେ । ଏହି ଘଟଣା ଜଣ ପଡ଼ିବା ପରେ ଗତକାଲି ପୀଡିତ ଶିଶୁ କନ୍ୟାଙ୍କ ପରିବାର ଲୋକେ ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପୋଲିସ ପହଂଚି ଅଭିଯୁକ୍ତ ଭାଇ ସୁଧାଂଶୁ ପ୍ରଧାନଙ୍କୁ ଗିରଫ କରିଛି । ଏ ନେଇ ଅତାବିରା ଥାନାରେ କେସ ନମ୍ବର ୧୫୫/୨୦୧୯,ଦଫା ୩୭୬(ଏ) (ବି),ଆଇପିସି ଧାରା ୬ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି ଡାକ୍ତରୀ ମାଇନା ପରେ କୋର୍ଟଚାଲାଣ କରାଯାଇଛି । ସୂଚନା ଅନୁଯାୟୀ ଗତ ୨୩ ତାରିଖ ସକାଳେ ପୀଡିତା ଶିଶୁକନ୍ୟା ଘରେ ଖେଳୁଥିବା ସମୟରେ ଅଭିଯୁକ୍ତ ଭାଇ ଭଉଣୀଙ୍କୁ ଡାକି ନେଇ ଦୁଷ୍କର୍ମ କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.