ମହାପ୍ରଭୁଙ୍କ ଅଣସର ସେବାରେ ୬ ମାସ ୬ ଦିନର କୁନି ଦଇତାପତି, ଶ୍ରୀଜିଉଙ୍କୁ ପାଉଣା ଭେଟି ଦେବା ସହ ଚକଟା ଭୋଗ ସେବନ କରାଇଲେ

ପୁରୀ(କେନ୍ୟୁଜ) : ମହାପ୍ରଭୁଙ୍କ ଅଣସର ସେବାରେ କୁନି ଦଇତାପତି । ଅଣସର ସେବାରୁ କୁନି  ଦଇତାପତି ଭାବେ ସେବା ଆରମ୍ଭ କରିଛନ୍ତି ଦୋଳମଣ୍ଡପସାହିର ଦୀନବନ୍ଧୁ ଦାସମହାପାତ୍ରଙ୍କ ପୁଅ ସର୍ବାଙ୍ଗ ଦାସମହାପାତ୍ର। ‌ଗତକାଲି ଅଣସର ପିଣ୍ଡିରେ ବିଜେ ଶ୍ରୀଜିଉଙ୍କୁ ପାଉଣା ଭେଟି ଦେବା ସହ ଚକଟା ଭୋଗ ସେବନ ପୂର୍ବକ ୬ ମାସ ୬ ଦିନର ସର୍ବାଙ୍ଗ ଦଇତାପତି ସେବକର ମାନ୍ୟତା ପାଇଛନ୍ତି।

ସର୍ବାଙ୍ଗଙ୍କ ବାପା ଦୀନବନ୍ଧୁ କହିବା ମୁତାବକ, ଗତକାଲି ମକୁଟା ପିନ୍ଧି ଦଇତାପତିଙ୍କ ବେଶରେ ସର୍ବାଙ୍ଗ ଶ୍ରୀମନ୍ଦିରରେ ପ୍ରବେଶ ପରେ ଅଣସର ତାଟି ଦେଇ ଅଣସର ପିଣ୍ଡିରେ ବିଜେ ଠାକୁରଙ୍କ ନିକଟକୁ ଯାଇଥିଲେ। ସେଠାରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ନିଜ ହାତରେ ପାଉଣା ଭେଟି ଦେଇ ସେବା ସ୍ବୀକାର କରିଥିଲେ।