Below header

ବାଲେଶ୍ବର: କାରାଗାରରେ ଧଳାଜହର, ବନ୍ଦୀମୁକ୍ତ ବାଂଲାଦେଶୀ ନାଗରିକକୁ ଗିରଫ କଲା ପୋଲିସ

ବାଲେଶ୍ବର(କେନ୍ୟୁଜ୍): ବାଲେଶ୍ଵର କାରାଗାର ଭିତରେ ବେଧଡ଼କ ଚାଲିଛି ବ୍ରାଉନସୁଗାର  କାରବାର । ଏଭଳି ଏକ ସଙ୍ଗୀନ ଅଭିଯୋଗରେ ଜଣେ ବନ୍ଦୀମୁକ୍ତ ବାଂଲାଦେଶୀ ନାଗରିକକୁ ଅଭିଯୁକ୍ତ ଦର୍ଶାଇ ଏନ୍.ଡି.ପି.ଏସ ମାମଲା ଲଗାଇ ଗିରଫ କରିଛି  ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ପୋଲିସ ।  ଅଭିଯୁକ୍ତ ଜଣକ ବାଂଲାଦେଶର ମହମ୍ମଦ ବାବୁ ଖାଁ । ମୁନା ସହ ଆଉ ପାଞ୍ଚ ଜଣ ଅଭିଯୁକ୍ତ ପୂର୍ବରୁ ଗିରଫ ହୋଇଥିଲେ। ଅନ୍ୟମାନେ ବର୍ତ୍ତମାନ ବାଂଲାଦେଶ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ କେବଳ ବାବୁ କଟକ ଚୌଦ୍ଵାର ଜେଲରେ ସଜା କାଟୁଥିଲା ।

ଗତ ୮ ମାସ ତଳେ ମହମ୍ମଦ ବାବୁ ଖାଁ ବନ୍ଦୀ ଜୀବନରୁ ମୁକ୍ତି ପରେ ସ୍ବଦେଶ ଫେରିବାକୁ ଅପେକ୍ଷା କରିରହିଥିଲା । କୋଭିଡ଼ ଯୋଗୁଁ ବାଂଲାଦେଶ  ଏମ୍ବାସି  ସହ ଯୋଗାଯୋଗ  ନହୋଇପାରିବା କାରଣରୁ ମୁନ୍ନା ବାଂଲାଦେଶ ଫେରିବା ସମ୍ଭବ ହୋଇପାରୁ ନଥିବା ବେଳେ ୮ ମାସ ହେବ ବାବୁ ଖାଁକୁ ବାଲେଶ୍ଵର ଜିଲ୍ଲା କାରାଗାର ବାହାରେ ବାରାକରେ ରଖା ଯାଇଥିଲା।

ମୁନାର ସୁରକ୍ଷା ଦାୟିତ୍ବ ରେ ୫ ଜଣ ପୋଲିସ କର୍ମଚାରୀ ନିୟୋଜିତ କରାଯାଇଥିଲା । କିନ୍ତୁ ଗତକାଲି  ମହମ୍ମଦ ବାବୁକୁ ବାଲେଶ୍ଵର ସହଦେବ ଖୁଣ୍ଟା ଥାନା ପୋଲିସ ଗିରଫ କରିଥିଲା। ତାଠାରୁ ୪୪.୫ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ୨୪ ହଜାର ୧୦ ଟଙ୍କା ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୪ ଲକ୍ଷ ୪୫ହଜାର ଟଙ୍କା ହେବ ବୋଲି ଜଣା ପଡ଼ିଛି । ତେବେ ଏତେବଡ଼ ସୁରକ୍ଷା ବଳୟ ଭିତରେ କିଭଳି  ଜଣେ ବାଂଲାଦେଶୀ ନାଗରିକ ନିଶା କାରବାରରେ ସଂପୃକ୍ତି ରହିଥିଲା ତାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଉଭୟ ପୋଲିସ ଓ ଜେଲ୍ କର୍ତ୍ତୃପକ୍ଷଙ୍କ କାର୍ଯ୍ୟକଳାପ ଉପରେ ସାଧାରଣ ଜନତାଙ୍କ ସନ୍ଦେହ ଉପୁଜିଛି । ଅନ୍ୟପଟେ ବାଲେଶ୍ଵର ଏସ୍ ପି କହିଛନ୍ତି  ତଦନ୍ତ ଜାରି ରହିଛି  ଯେହେତୁ ବାବୁ ବନ୍ଦୀମୁକ୍ତ ଥିଲା ତେବେ ତାକୁ ୨୪ ଘଣ୍ଟା ନଜରରେ ରଖାଯାଇ ନଥିଲା । ତେବେ ଏହି ଘଟଣାରେ ଆଉ କେଉଁମାନଙ୍କ ସଂପୃକ୍ତି  ରହିଛି  ତଦନ୍ତ ପରେ ଜଣାପଡିବ  ବୋଲି କହିଛନ୍ତି ବାଲେଶ୍ଵର ଏସ ପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.