Gmail ରେ ଆସିଲା ନୂଆ ଅପଡେଟ୍, ଏବେ ମାଇକ୍ରୋସଫ୍ଟ ଅଫିସ ଡକ୍ୟୁମେଣ୍ଟକୁ ବି କରିପାରିବେ ଏଡିଟ୍

ଆପଣ ଯଦି ଜିମେଲ୍ ବ୍ୟବହାର କରୁଛନ୍ତି ତେବେ ଏହି ସୂଚନା କେବଳ ଆପଣଙ୍କ ପାଇଁ। ସୂଚନାଯୋଗ୍ୟ, ଯଦି ଆପଣ ମାଇକ୍ରୋସଫ୍ଟ ଅଫିସ୍ ର ଫାଇଲକୁ ଜିମେଲ୍ ରେ ଖୋଲି ପାରୁନାହାଁନ୍ତି କିମ୍ବା ଏଡିଟ୍ କରିପାରୁନାହାଁନ୍ତି ତେବେ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ୍। ଏନେଇ କମ୍ପାନୀ ଆପଣଙ୍କର ଏହି ସମସ୍ୟା ଦୂର କରିବା ପାଇଁ କିଛି ନୂଆ ପଦକ୍ଷେପ ନେଇଛି। ଯାହାଦ୍ୱାରା ଏବେ ଆପଣ ଜିମେଲ୍‌ ରେ ହିଁ ମାଇକ୍ରୋସଫ୍ଟ ଅଫିସ୍ ଆଟାଚମେଣ୍ଟ କିମ୍ବା ଫାଇଲ୍ କୁ ଓପନ କରିବା ସହ ଏଡିଟ୍ ମଧ୍ୟ କରିପାରିବେ।

ସରଳ ଭାଷାରେ କହିବାକୁ ଗଲେ ଏବେ ଆପଣ ଜିମଲେ୍ ରେ ରହି ଡକ୍ୟୁମେଣ୍ଟର ଅରଜିନାଲ୍ ଫାଇଲ୍ ଫର୍ମାଟକୁ ଯଥାବତ ରଖିବା ସହ ଓ୍ଵାର୍ଡ, ଏକ୍ସେଲ୍ ଏବଂ ପାଓ୍ଵାରପଏଣ୍ଟ ଫାଇଲକୁ ଏଡିଟ୍ କରିପାରିବେ । ସୂଚନାଯୋଗ୍ୟ ଏହି ଫିଚର୍ ବର୍ତ୍ତମାନ ସମସ୍ତଙ୍କ ପାଇଁ ଜାରି କରାଯାଇନାହିଁ। କିନ୍ତୁ ଏହି ଫିଚର ବହୁତ ଜଲଦି ଜାରି କରିବା ନେଇ ଗୁଗଲ୍ ଘୋଷଣା କରିଛି । ଏଥିସହ ନୂତନ ଅପଡେଟ୍ ପରେ ଅଫିସ୍ ଫାଇଲ୍ ଭିତରେ ଏକ ନୂଆ ରିପ୍ଲାଇ ଅପ୍ସନ୍ ମିଳିବ।

gmailସୂଚନାଯୋଗ୍ୟ, ଗତ ୩୦ ନଭେମ୍ବରରେ ମାଇକ୍ରୋସଫ୍ଟ Internet Explorer 11 କୁ ବନ୍ଦ କରିଦେଇଛି। ଯଦି ଆପଣ ମାଇକ୍ରୋସଫ୍ଟର କୌଣସି ବ୍ରାଉଜରରେ ଟିମ୍ସର ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ ବର୍ତ୍ତମାନ ଆପଣଙ୍କୁ Microsoft Edge ର ବ୍ୟବହାର କରିବାକୁ ପଡିବ। ୧୭ ଅଗଷ୍ଟ ୨୦୨୧ରୁ ଇଣ୍ଟରନେଟ୍ ଏକ୍ସପ୍ଲୋରର ୧୧ ରେ Mlicrosoft 365 ସର୍ଭିସର ମଧ୍ୟ ସପୋର୍ଟ ବନ୍ଦ ହୋଇଯିବ। ସେହିଭଳି ମାଇକ୍ରୋସଫ୍ଟ କିଛି ଦିନ ପୂର୍ବରୁ ମାଇକ୍ରୋସଫ୍ଟ 365 ଆପ୍ସ ଏବଂ ସର୍ଭିସ୍ ର ସପୋର୍ଟ IE 11 କୁ ଆସନ୍ତା ବର୍ଷ ୨୦୨୧ରେ ବନ୍ଦ ହେବା ନେଇ ଘୋଷଣା କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.