ସମ୍ବଲପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା, ୪ ଆହତ

ରେଢାଖୋଲ(କେନ୍ୟୁଜ୍): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ହଣାକଟା ହୋଇଛି। ଏଥିରେ ଉଭୟ ପରିବାରର ୪ଜଣ ଆହତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅନ୍ତର୍ଗତ ପଣ୍ଡକିମାଳ ଗାଁରେ। ଆହତଙ୍କ ମଧ୍ୟରେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ରେଢାଖୋଲ ମେଡିକାଲ ରୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି।

ଅନ୍ୟ ଦୁଇ ଜଣଙ୍କୁ ରେଢ଼ାଖୋଲ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପଞ୍ଚାୟତ ନିର୍ବାଚନରେ ହାରଜିତକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ବିବାଦ ଲାଗି ରହିଥିଲା। ଗୋଟିଏ ପରିବାରର ଜଣେ ମହିଳା ୱାର୍ଡ ମେମ୍ବର ପଦରେ ଠିଆ ହୋଇଥିଲେ। ସେ ନିର୍ବାଚନରେ ପରାଜିତ ହୋଇଥିଲେ। ମହିଳାଙ୍କ ପରାଜିତ ହେବା ନେଇ ସେମାନେ ଅନ୍ୟ ଏକ ପରିବାରକୁ ଦାୟୀ କରୁଥିଲେ। ଏନେଇ ଦୁଇ ପରିବାର ମଧ୍ୟ ବିବାଦ ଲାଗିଥିଲା।

ଗତକାଲି କୌଣସି କଥାକୁ ଉଭୟ ପରିବାର ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ଏହା ଉଗ୍ର ରୂପ ଧାରଣ କରିଥିଲା। ଉଭୟ ପରିବାର ଲୋକେ ଟାଙ୍ଗିଆ ଓ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଥିରେ ୪ଜଣ ଆହତ ହୋଇଥିଲେ। ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଉଭୟ ପରିବାର ଲୋକେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଟାଙ୍ଗିଆ ଓ ଖଣ୍ଡାକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.