କେବେ ଚେତିବ ଏ ମଣିଷ: ବାରହା ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ଗାଈ ଗୁରୁତର

ବାଙ୍କୀ(କେନ୍ୟୁଜ୍): ଗାଈ ପାଟିରେ ଫୁଟିଲା ବୋମା । ବାରହା ଶିକାର ପାଇଁ ଖଞ୍ଜାଯାଇଥିବା ବୋମା ଖାଇ ଗାଈ ଗୁରୁତର । ଘଟଣା ଘଟିଛି ବାଙ୍କୀ ଡମପଡା ବ୍ଲକର ପାଥପୁର ଗ୍ରାମରେ । ପ୍ରଭାକର ବେହେରାଙ୍କ ଗାଈ ପାଟିରେ ବୋମା ଫୁଟିଯିବାରୁ ଅବସ୍ଥା ସଙ୍କଟାପନ୍ନ ରହିଛି। ପ୍ରତିଦିନ ଭଳି ଗାଈ ଚରିବାକୁ ପଡିଆକୁ ଯାଇଥିଲା । ମାତ୍ର ବାରହା ଶିକାର କରିବା ପାଇଁ ଶିକାରୀ ଘାସରେ ଖଞ୍ଜି ଥିବା ବୋମାକୁ ଖାଇଦେଇଥିଲା ଗାଈ। ଫଳରେ ଗାଈର ମୁହଁ ଫାଟି ଯାଇଛି।

ଗୁରତର ଅବସ୍ଥାରେ ପ୍ରଭାକର ଗାଈକୁ ଘରକୁ ନେଇ ଚିକିତ୍ସା ପାଇଁ ରଖିଛନ୍ତି । ଗାଈର ଏପରି ଅବସ୍ଥା ଦେଖି ପ୍ରଭାକରର ପରିବାର ଦୁଖରେ ଭାଙ୍ଗିପଡିଛି। ଏପଟେ କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଘଟଣାକୁ ନିନ୍ଦା କରିଛନ୍ତି । ଟ୍ଵିଟ କରି କହିଛନ୍ତି, ଘାସରେ ଖଞ୍ଜାଯାଉଥିବା ବାରୁଦ ପାଇଁ ଅକୁହା ଓ ନୀରିହ ପଶୁମାନଙ୍କ କ୍ଷତି ଘଟୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.