ଝାରସୁଗୁଡା(କେନ୍ୟୁଜ୍): ରୋଗୀଙ୍କ ଜୀବନ ସହ ଖେଳ। ଇଲେକ୍ଟ୍ରିସିଆନ କରୁଛନ୍ତି ଡ୍ରେସିଂ। ଏହି ଦୃଶ୍ୟ ଝାରସୁଗୁଡା ସ୍ଥିତ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର। ଆହତ ଜଣେ ନାବାଳିକାଙ୍କ ଡ୍ରେସିଂ ଜଣେ ଇଲେକ୍ଟ୍ରିସିଆନ୍ କରୁଛନ୍ତି। ଭିଡିଓ ଭାଇରାଲ୍ ହେବା ପରେ ଜିଲ୍ଲାରେ ସ୍ୱାସ୍ଥ୍ୟସେବାକୁ ନେଇ ଉଠିଛି ପ୍ରଶ୍ନବାଚୀ। ସେପଟେ ଇଲେକ୍ଟ୍ରିସିଆନ ଅଜବ ଯୁକ୍ତି ବି ରଖିଛନ୍ତି। କ୍ୟାମେରା ସାମନାରେ କହିଛନ୍ତି, କେହି ମାଆ ପେଟରୁ ଶିଖି ନଥାଆନ୍ତି। ସେ ଦେଖି ଦେଖି ଡ୍ରେସିଂ ଶିଖିଛନ୍ତି। ପ୍ରଶ୍ନ ଉଠୁଛି, ଜଣେ ଇଲେକ୍ଟ୍ରିସିଆନ କିଭଳି ଆହତଙ୍କ ଚିକିତ୍ସା କରୁଛନ୍ତି? ତାଙ୍କୁ କିଏ ଏହି ଅନୁମତି ଦେଲା?