Below header

ନୂଆପଡ଼ାରେ ଥମୁନି ବାଘ ଆତଙ୍କ: ସୁନାବେଡା ଅଭୟାରଣ୍ୟର ତଳି ଅଞ୍ଚଳରେ ବୁଲୁଛି ବାଘୁଣୀ

ସଲିଆରିବାହାରା ଗାଁ ନିକଟ ଆମାକୋନି ଜଙ୍ଗଲରେ ବାଘୁଣୀ ବୁଲୁଛି । ଶନିବାର ରାତିରେ ଅଣ୍ଡିରା ବାଘଟି ଜନ୍ତାରେ ପଡ଼ିଥିବା ବେଳେ ତାକୁ ଖୋଜିଖୋଜି ବାଘୁଣୀ ରଡ଼ି ଛାଡୁଥିବା କୁହାଯାଉଛି । ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି l ବନବିଭାଗ କର୍ମଚାରୀଙ୍କ ପକ୍ଷରୁ ୨୪ଘଣ୍ଟିଆ ପାଟ୍ରୋଲିଂକୁ ଜୋରଦାର କରାଯାଇଛି ।

ନୂଆପଡ଼ା(କେନ୍ୟୁଜ୍): ନୂଆପଡ଼ାରେ ଥମୁନି ବାଘ ଆତଙ୍କ । ଯନ୍ତାରେ କଲରାପତରିଆ ବାଘ ଧରା ପଡ଼ିଥିବା ବେଳେ ସୁନାବେଡା ଅଭୟାରଣ୍ୟର ତଳି ଅଞ୍ଚଳରେ ବାଘୁଣୀ ବୁଲୁଛି । ସଲିଆରିବାହାରା ଗାଁ ନିକଟ ଆମାକୋନି ଜଙ୍ଗଲରେ ବାଘୁଣୀ ବୁଲୁଛି । ଶନିବାର ରାତିରେ ଅଣ୍ଡିରା ବାଘଟି ଜନ୍ତାରେ ପଡ଼ିଥିବା ବେଳେ ତାକୁ ଖୋଜିଖୋଜି ବାଘୁଣୀ ରଡ଼ି ଛାଡୁଥିବା କୁହାଯାଉଛି । ଏହାକୁ ନେଇ ଗ୍ରାମବାସୀ ଆତଙ୍କିତ ହୋଇପଡିଛନ୍ତି l

ବନବିଭାଗ କର୍ମଚାରୀଙ୍କ ପକ୍ଷରୁ ୨୪ଘଣ୍ଟିଆ ପାଟ୍ରୋଲିଂକୁ ଜୋରଦାର କରାଯାଇଛି । ଯନ୍ତାରେ ପଡ଼ିଥିବା ବାଘର ବୟସ ୫ରୁ ୬ ବର୍ଷ । ସାମାନ୍ୟ ଅସୁସ୍ଥ ଥିବାରୁ ଚିକିତ୍ସା ପାଇଁ ତାକୁ ନୂଆପଡ଼ା ବନବିଭାଗ ରେଞ୍ଜ ଅଫିସରେ ରଖାଯାଇଛି । ସିଲିଆରିବାହାରାରେ ଜଣେ ମହିଳାଙ୍କୁ ବାଘ ଟାଣିନେଇ ମାରି ଖାଇବା ସହ କୋଦୋପାଲି ଗାଁରେ ୫ବର୍ଷର ଶିଶୁକୁ ଝାମ୍ପି ନେଇ କ୍ଷତାକ୍ତ କରିଥିଲା । ପୂର୍ବରୁ ଗତ ୩୦ ତାରିଖ ଦିନ ଧରମବନ୍ଧା ଥାନା ଅନ୍ତର୍ଗତ କଟିଙ୍ଗପାଣି ଗୋଧସପଡ଼ାରେ ହୁମନ ମାଝିଙ୍କ ୮ ବର୍ଷର ପୁଅ ଡମ୍ବରୁଧରକୁ କଲରାପତରିଆ ବାଘ ମାରିଦେଇଥିଲା l ଏହାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.