ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀ ଛାତ୍ର ଗୁରୁତର, ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ରାୟଗଡ଼ା (କେନ୍ୟୁଜ): କୋଲନରା ବ୍ଲକ ଅନ୍ତର୍ଗତ ଝୋରଡି ସଦର ପଞ୍ଚାୟତରେ ଥିବା ଆଶ୍ରମ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଷଷ୍ଠ ଶ୍ରେଣୀ ଛାତ୍ରର ଆକ୍ରମଣରେ ପ୍ରଥମ ଶ୍ରେଣୀରେ ପଢ଼ୁଥିବା ଛାତ୍ର ଗୁରୁତର ହୋଇଥିଲେ। ବ୍ରହ୍ମପୁରରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ର ଜଣକର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଛାତ୍ରକୁ ପ୍ରଥମେ ରେଖାପଦର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ବ୍ରହ୍ମପୁର ସ୍ଥାନାନ୍ତର କରିବାକୁ କହିଥିଲେ, ଝୋରଡି ସେବାଶ୍ରମରେ ପଢ଼ୁଥିବା ଝିଲେଇଗୁଡା ଗ୍ରାମର ପ୍ରଥମ ଶ୍ରେଣୀର ଛାତ୍ର ଗୋବିନ୍ଦା ହୁଇକା (୬) ଓ ଚେଙ୍ଗିଲି ଗ୍ରାମର ବାବୁସାନ କଣ୍ଡାଗରି (୧୧) ଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା।

ଏଥିରେ ଉତ୍କ୍ଷିପ୍ତ ହୋଇ ଷଷ୍ଠ ଶ୍ରେଣୀର ଛାତ୍ର ବାବୁସାନ ଗୋବିନ୍ଦାକୁ ଆକ୍ରମଣ କରିଥିଲେ। ଏବଂ ବ୍ରହ୍ମପୁରରେ ଚିକିତ୍ସାଧିନ ଅବସ୍ଥାରେ ଗୋବିନ୍ଦାର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ପରିବାରରେ ଜଣେ ମାତ୍ର ପୁଅକୁ ହରାଇ ମୃତ ଗୋବିନ୍ଦାର ବାପା ମା ଭାଙ୍ଗି ପଡିଥିବା ବେଳେ ଝିଲେଇଗୁଡା ଗ୍ରାମରେ ଶୋକରଛାୟା ଖେଳିଯାଇଛି। ଆସନ୍ତା କାଲି ଶବ ସତ୍କାର କରାଯିବ ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.