ବାଲିଗୁଡା : ଡଙ୍ଗା ଆଣିବାକୁ ଯାଇ ନଦୀରେ ଭାସି ଗଲେ ଯୁବକ, ମିଳିପାରୁନାହିଁ ସନ୍ଧାନ
ବାଲିଗୁଡା (କେନ୍ୟୁଜ): ନଦୀରେ ଭାସି ଯୁବକ ନିଖୋଜ l ନିଖୋଜ ଯୁବକ ହେଲେ ବାଲିଗୁଡା ଥାନା ଇନ୍ଦୀରାଜ ଗ୍ରାମର ବେନ୍ଦି ମଳିକ। ବାଲିଗୁଡା ଥାନା ବାନ୍ଦାପାଙ୍ଗା ନିକଟସ୍ଥ ଖଡ୍ଗ ନଦୀ ପାର ହେଉଥିବା ସମୟରେ ବେନ୍ଦି ଭାସି ଯାଇଛନ୍ତି। ଖଡ୍ଗ ନଦୀର ଇନ୍ଦୀରାଜ କୂଳକୁ ଡ଼ଙ୍ଗା ଫେରେଇ ଆଣିବାକୁ ଯୁବକ ଜଣକ ବାନ୍ଦାପାଙ୍ଗା ତୁଠକୁ ଆସୁଥିଲେ। ତେବେ ନଦୀରେ ପାଣି ଅଧିକା ଥିବାରୁ ଯୁବକ ଜଣକ ଭାସି ଯାଇଥିଲେ।
କିଛି ସ୍ଥାନୀୟ ବାସିନ୍ଦା ଯୁବକଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ପରେ ଅଗ୍ନିଶମ ବାହିନୀକୁ ଅଞ୍ଚଳବାସୀ ଖବର ଦେଇଥିଲେ। ତେବେ ବାଲିଗୁଡା ଅଗ୍ନିଶମ ବାହିନୀର ଏକ ଟିମ ବାନ୍ଦାପାଙ୍ଗା, ସିନ୍ଦିରୀ ଗାଁ, କୁଟିକିଆ ଗ୍ରାମ ଦେଇ ପ୍ରବାହିତ ଖଡ୍ଗ ନଦୀରେ ସନ୍ଧାନ ଚଳାଇଛନ୍ତି । ତେବେ ଦୀର୍ଘ ଚାରି ଘଣ୍ଟା ପରେବି ଭାସି ଯାଇଥିବା ଯୁବକ ବେନ୍ଦିଙ୍କ ବର୍ତମାନ ଯାଇଁ ସନ୍ଧାନ ମିଳି ନାହିଁ ।