Below header

ଦିଲ୍ଲୀ ହାଇକୋର୍ଟଙ୍କ ରାୟ : ମୁସଲମାନ ନାବାଳିକାଙ୍କ ବିବାହ ପରେ ପତିଙ୍କ ସହ ଶାରିରୀକ ସମ୍ପର୍କ ବେଆଇନ ନୁହେଁ, ଜାଣନ୍ତୁ କାରଣ କ’ଣ

ନୂଆଦିଲ୍ଲୀ : ମୁସଲମାନ ଆଇନ ଅନୁଯାୟୀ ଯଦି ଜଣେ ମୁସଲମାନ ନାବାଳିକା ଯୌବନ ପ୍ରାପ୍ତ କରି ସାରିଛି ତେବେ ସେ ତାଙ୍କ ମାତା ପିତାଙ୍କ ବିନା ସହମତିରେ ବିବାହ କରି ପାରିବ ଓ ତାଙ୍କ ସ୍ୱାମୀଙ୍କ ସହ ରହିପାରିବ ବୋଲି ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି ।

କୋର୍ଟ ଆହୁରି କହିଛନ୍ତି ଯେ ଏଭଳି ମାମଲାରେ ନାବାଳିକା ବିବାହ ପରେ ଶାରିରୀକ ସମ୍ପର୍କ ଯଦି ରଖନ୍ତି, ଏହା ଯୌନ ଅପରାଧ ଅଧିନିୟମ ଅନ୍ତର୍ଗତ ଧରାଯିବ ନାହିଁ । ତେଣୁ ବିଚାରପତି ଏହି ମୁସଲମାନ ଦମ୍ପତିଙ୍କୁ ପୁଲିସ ସୁରକ୍ଷା ପ୍ରଦାନ କରିଛନ୍ତି ।

ଏହି ମୁସଲମାନ ଦମ୍ପତି ଚଳିତ ବର୍ଷ ପ୍ରାରମ୍ଭରେ ବିହାର ଔରିୟା ଜିଲ୍ଲାରେ ମୁସଲମାନ ରିତୀନିତୀ ଅନୁଯାୟୀ ବିବାହ କରିଥିଲେ । ଝିଅ ଘର ପକ୍ଷରୁ ଅଘଟଣ ଆଶଙ୍କା କରି ନିଜର ସୁରକ୍ଷା ପାଇଁ କୋର୍ଟରେ ଆବେଦନ କରିଥିଲେ ଏହି ଦମ୍ପତି । ଝିଅ ଘର ପକ୍ଷରୁ ଏହି ବିବାହକୁ ବିରୋଧ କରି ଆଇପିସି ଧାରା ୩୭୬ ଓ ପୋକସୋ ଧାରା ୬ ଅନୁଯାୟୀ ପତିଙ୍କ ବିରୋଧରେ ଏଫଆଇଆର ଦାଖଲ କରିଥିଲେ ।

ବିବାହ ସମୟରେ ନାବାଳିକାଙ୍କ ବୟସ ଥିଲା ୧୫ ବର୍ଷ

ବିବାହ ସମୟରେ ଏହି ନାବାଳିକାଙ୍କର ବୟସ ପ୍ରାୟ ୧୫ ବର୍ଷ ୫ ମାସ ଥିଲା । ବିବାହ ପରେ ସେ ଗର୍ଭବତୀ ହୋଇଥିଲେ । ତେଣୁ ବିବାହ ଆଇନ ଅନୁସାରେ ବିବାହିତଙ୍କୁ ଅଲଗା କରିହେବ ନାହିଁ । କାରଣ ଏହାଦ୍ୱାରା ଉକ୍ତ ନାବାଳିକାଙ୍କ ସହ ତାଙ୍କ ଗର୍ଭରେ ବଢ଼ୁଥିବା ପିଲା ପ୍ରତି ଅବିଚାର ହେବ ବୋଲି କୋର୍ଟ ଅନୁଭବ କରିଛନ୍ତି ବୋଲି ଜଷ୍ଟିସ ସିଂହ ପ୍ରକାଶ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.