ସାମାନ୍ୟ ବଚସାରୁ ସ୍ତ୍ରୀକୁ ହାଣିଦେଲା ସ୍ୱାମୀ, ପରେ ଗଛରେ ଝୁଲି କଲା ଆତ୍ମହତ୍ୟା
ପାଟଣାଗଡ (କେନ୍ୟୁଜ): ବଲାଙ୍ଗିର ଜିଲ୍ଲାର ବେଳପଡା ଥାନା ଅନ୍ତର୍ଗତ ଡେବିରିପାଲି ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୁଃଖ ଘଟଣା । ସକାଳେ ୯ ଘଣ୍ଟାରୁ 10 ଟା ଭିତରେ ସେହି ଗାଁ ର ଭକ୍ତ ନାୟକ ଏବଂ ତାଙ୍କ ସ୍ତ୍ରୀ ଯଶୋଦା ନାୟକ ବିଲକୁ କାମ କରିବା ପାଇଁ ଆସିଥିଲେ ସେଠାରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବଚସାକୁ କେନ୍ଦ୍ର କରି ପ୍ରଥମେ ଭକ୍ତ ସ୍ତ୍ରୀ କୁ ଏକ ଟାଙ୍ଗିଆରେ ମୁଣ୍ଡରେ ଆଘାତ କରିବାରୁ ଘଟଣା ସ୍ଥଳରେ ତାର ମୃତ୍ୟୁ ହୋଇଥିଲା।
ପରେ ଭକ୍ତ ନିଜେ ପାଖ ବିଲରେ ଥବା ଏକ ଗଛରେ ବେକରେ ଦଉଡି ଦେଇ ନିଜେ ମଧ୍ୟ ଆତ୍ମହତ୍ୟା କରିଥିଲା l ଖବର ପାଇ ବେଳପଡା ପୋଲିସ ସହିତ ବଲାଙ୍ଗିରରୁ ସାଇଣ୍ଟିକଫିକ ଟିମ ଆସି ଅଧିକ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ଏହା ଏକ ପାରିବାରିକ ଗଣ୍ଡଗୋଳ ରୁ ହତ୍ୟା କାଣ୍ଡ ହୋଇଥିବା ତାର ସମ୍ପକୀୟ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ଅଧିକ ତଦନ୍ତ କଲା ପରେ ସଠିକ ଘଟଣା ଜଣାପଡିବ ବୋଲି ବେଳପଡା ଥାନା ଅଧିକାରୀ କହିଛନ୍ତି।