ଉମରକୋଟ ଶୁକିଗାଁରୁ ୪ ଫୁଟ ୯ ଇଞ୍ଚ ଲମ୍ବର କୁମ୍ଭୀର ଉଦ୍ଧାର

ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଶୁକିଗାଁ ସ୍ଥିତ ରାଜେଶ ଘୋଷ ନାମକ ଜଣେ ବ୍ୟକ୍ତିଙ୍କ ଫାର୍ମ ହାଉସରେ ଥିବା ଏକ ପୋଖରୀରୁ କୁମ୍ଭୀର ଉଦ୍ଧାର ।

ଉମରକୋଟ(କେନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଶୁକିଗାଁ ସ୍ଥିତ ରାଜେଶ ଘୋଷ ନାମକ ଜଣେ ବ୍ୟକ୍ତିଙ୍କ ଫାର୍ମ ହାଉସରେ ଥିବା ଏକ ପୋଖରୀରୁ କୁମ୍ଭୀର ଉଦ୍ଧାର । ଗ୍ରାମବାସୀ ଉଦ୍ଧାର କରିବା ପରେ ବନ ବିଭାଗକୁ ଖବର ଦେଇଥିଲେ । ଏହି କୁମ୍ଭୀରର ଲମ୍ବ ୪ ଫୁଟ ୯ ଇଞ୍ଚ ହୋଇଥିବା ବେଳେ ଓଜନ ପ୍ରାୟ ୧୨ କିଲୋ ହେବ ।

ଉଦ୍ଧାର ପରେ କୁମ୍ଭୀରଟିକୁ ଉମରକୋଟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା । କୁମ୍ଭୀରକୁ କେଉଁ ସ୍ଥାନରେ ଛଡାଯିବ ତାହା DFOଙ୍କ ନିର୍ଦ୍ଦେଶ ପରେ ଛଡ଼ାଯିବ ବୋଲି କହିଛନ୍ତି ଉମରକୋଟ ରେଞ୍ଜର । ପୂର୍ବରୁ ଉମରକୋଟ ଖଡକା ଠାରେ ଥିବା ଭସ୍କେଲ ଡ୍ୟାମରେ କୁମ୍ଭୀର ଥିବା କଥା ସ୍ଥାନୀୟ ଅଞ୍ଚଳବାସୀ ଖବର ପାଇଥିଲେ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ଓ ମତ୍ସଜୀବୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.