ଫିଲିଫାଇନ୍ସରେ ଡଙ୍ଗା ବୁଡି ୩୦ ମୃତ, ପବନ ଜୋର ହେବାରୁ ଓଲଟିପଡିଲା ଡଙ୍ଗା

ଫିଲିପାଇନ୍ସରେ ଡଙ୍ଗା ବୁଡି ୩୦ ଜଣଙ୍କର ମୃତ୍ୟୁ ହୋଇଛି । ହଠାତ୍‌ ଜୋରରେ ପବନ ହେବାରୁ ଡଙ୍ଗାଟି ଓଲଟି ପଡିଥିଲା । ଡଙ୍ଗାରୁ ୪୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛି ଫିଲିପିନ ତଟରକ୍ଷୀ ବାହିନୀ ।

ଫିଲିପାଇନ୍ସର ରାଜଧାନୀ ମନୀଲାରର ଏକ ହ୍ରଦରେ ଡଙ୍ଗାବୁଡି ୩୦ ଜଣଙ୍କର ମୃତ୍ୟୁ ହୋଇଛି । ଡଙ୍ଗାରୁ ୪୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି । ହଠାତ ଜୋର ପବନ ହେବା ଯୋଗୁଁ ଡଙ୍ଗାଟି ଓଲଟି ପଡିଥିଲା । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଫିଲିପିନ ତଟରକ୍ଷୀ ବାହିନୀ (ପିସିଜି) ଏବଂ ପୋଲିସ ଏହି ସୂଚନା ଦେଇଛି ।

ଖବର ମୁତାବକ, ସ୍ଥାନୀୟ ସମୟ ପ୍ରାୟ ୧ଟା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ବିନଙ୍ଗୋନାନ ସହରଠାରୁ ପ୍ରାୟ ୪୫ ମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ଏହି ଡଙ୍ଗାଟି ବିନଙ୍ଗୋନାନ ସହରରୁ ଫିଲିପାଇନ୍ସର ସବୁଠାରୁ ବଡ ହ୍ରଦ । ଡି ବାଇରେ ଥିବା ତାଲିମ ଦ୍ୱୀପକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ପ୍ରବଳ ପବନ ଯୋଗୁ ମୋଟର ବୋଟ ଦୋହଲିଯାଇଥିଲା । ଆଉ ଡଙ୍ଗାରେ ଥିବା ଲୋକମାନେ ଏହାକୁ ଦେଖି ଆତଙ୍କିତ ହୋଇପଡିଥିଲେ। ଫଳରେ ଡଙ୍ଗାଟି ଓଲଟି ପଡିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.