Below header

ଶ୍ରୀମନ୍ଦିରରେ ବନକଲାଗି ନୀତି ବିବାଦର ଆଜି ହୋଇପାରେ ସମାଧାନ, ବସୁଛି ନୀତି ସବକମିଟି ବୈଠକ

ଆଜି ବସୁଛି ନୀତି ସବକମିଟି ବୈଠକ । ବନକଲାଗି ନୀତି ବିବାଦକୁ ନେଇ ହେବ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ।

ପୁରୀ(କେନ୍ୟୁଜ୍): ଶ୍ରୀମନ୍ଦିରରେ ବନକଲାଗି ନୀତି ବିବାଦର ଆଜି ହୋଇପାରେ ସମାଧାନ । ଆଜି ବସୁଛି ନୀତି ସବକମିଟି ବୈଠକ । ଏଥିରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ। ଦୀର୍ଘଦିନ ହେବ ମହାପ୍ରଭୁଙ୍କ ବନକଲାଗି ହୋଇନଥିବା ବେଳେ ଦତ୍ତମହାପାତ୍ର ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ପରସ୍ପର ନିଜ ଜିଦ୍‌ରେ ଅଟଳ ।

ତେବେ ବୁଧବାର ବନକଲାଗି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ବାରମ୍ବାର ଦତ୍ତମହାପାତ୍ର ସେବାୟତଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ଗୁରୁବାର ବନକଲାଗି ନୀତି କରିବା ଜିଦ୍‌ରେ ଅଟଳ ଦତ୍ତମହାପାତ୍ର ସେବକ । ବନକଲାଗି କରିବା ନେଇ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦତ୍ତମହାପାତ୍ର ନିଯୋଗକୁ କାରଣ ଦର୍ଶାଅ ନୋଟିସ୍‌ ମଧ୍ୟ ଜାରି କରାଯାଇଥିଲା ।

ପରେ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ବିକଳ୍ପ ବ୍ୟବସ୍ଥା ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବ ବୋଲି ମଧ୍ୟ ଚେତାବନୀ ଦେଇଥିଲା । ତେବେ ଶ୍ରୀମନ୍ଦିର ପ୍ରଶାସନ ଓ ଦତ୍ତମହାପାତ୍ର ନିଯୋଗ ମଧ୍ୟରେ ସମନ୍ଵୟ ଅଭାବରୁ ଦୀର୍ଘ ୨୭ ଦିନ ହେବ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର ନୀତି ହୋଇନାହିଁ । ଯାହାକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି । ଆଜିର ବୈଠକରେ ମହାପ୍ରଭୁଙ୍କ ନୀତି କାନ୍ତି ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.