Below header

ଟଙ୍କା ହଡପ ଅଭିଯୋଗରେ ପୋଷ୍ଟ ମାଷ୍ଟରଙ୍କୁ ଅଟକ ରଖିଲେ ଜମାକାରୀ

ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଝାଡପିମ୍ପଳ ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟରଙ୍କୁ ବିଳମ୍ବିତ ରାତି ଯାଏ ଅଟକ ରଖିଲେ ଶତାଧିକ ଜମାକାରୀ । ପୋଷ୍ଟ ଅଫିସରେ ଟଙ୍କା ଜମା କରିବା ପରେ ଆକାଉଣ୍ଟରେ ଜମା ମୁତାବକ ଟଙ୍କା ନାହିଁ ବୋଲି ଜାଣିବାକୁ ପାଇଥିଲେ ଜମାକାରୀ ।

ଜଳେଶ୍ଵର(କେନ୍ୟୁଜ୍): ଟଙ୍କା ହଡପ ଅଭିଯୋଗରେ ପୋଷ୍ଟ ମାଷ୍ଟରଙ୍କୁ ଅଟକ ରଖିଲେ ଜମାକାରୀ। ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ଅନ୍ତର୍ଗତ ଝାଡପିମ୍ପଳ ପୋଷ୍ଟ ଅଫିସରେ ପୋଷ୍ଟ ମାଷ୍ଟରଙ୍କୁ ବିଳମ୍ବିତ ରାତି ଯାଏ ଅଟକ ରଖିଲେ ଶତାଧିକ ଜମାକାରୀ । ପୋଷ୍ଟ ଅଫିସରେ ଟଙ୍କା ଜମା କରିବା ପରେ ଆକାଉଣ୍ଟରେ ଜମା ମୁତାବକ ଟଙ୍କା ନାହିଁ ବୋଲି ଜାଣିବାକୁ ପାଇଥିଲେ ଜମାକାରୀ ।

ଏକଥା ପ୍ରଘଟ ହେବା ପରେ ଶତାଧିକ ଜମାକାରୀ ଆକାଉଣ୍ଟ ଯାଞ୍ଚ କରିବା ପରେ ସମାନ ଘଟଣା ସାମ୍ନାକୁ ଆସୁଥିଲା । ଏନେଇ ପୋଷ୍ଟ ମାଷ୍ଟର ସଞ୍ଜୀବ ହାଁସଦାଙ୍କୁ ପଚାରିବାରୁ ସନ୍ତୋଷଜନକ ଉତ୍ତର ମିଳିନଥିଲା । ପରେ ଉତ୍ତ୍ୟେକ୍ତ ଜମାକାରୀ ବିଳମ୍ବିତ ରାତି ପର୍ଯ୍ୟନ୍ତ ପୋଷ୍ଟ ମାଷ୍ଟରଙ୍କୁ ଅଟକ ରଖିଥିଲେ । ଏନେଇ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇବା ପରେ ସେମାନେ ଆସି ତଦନ୍ତ କରିଥିଲେ । ପୋଷ୍ଟ ମାଷ୍ଟରଙ୍କୁ ପଚାରିବାରୁ ଜମାକାରୀଙ୍କ ଟଙ୍କା ଖାତାରେ ଜମା କରିନଥିବା ସେ ସ୍ୱୀକାର କରିଛନ୍ତି । ତେବେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.