ଏହି ସହରରେ ଆଜି ବି ଚାଲୁଛି ଘୋଡ଼ାଗାଡ଼ି, ଭଡ଼ା ମାତ୍ର ୧୦ ଟଙ୍କା

ମଧ୍ୟପ୍ରଦେଶର ଖରଗୋନ ସହରରେ ଆଜି ମଧ୍ୟ ଘୋଡ଼ା ଗାଡ଼ି ଚାଲୁଛି । ଯାତ୍ରୀମାନେ ଆନନ୍ଦର ସହ ଯାତ୍ରାକୁ ଉପଭୋଗ କରିଥାନ୍ତି । ଏହା ପୁଣି ମାତ୍ର ୧୦ ଟଙ୍କା ଭଡ଼ାରେ । ଏଠାରେ ଦିନସାରା ଘୋଡ଼ାଗାଡ଼ି ଚଳପ୍ରଚଳ ହେଉଥିବାର ଦେଖିବାକୁ ମିଳେ ।

ବସ, ଅଟୋ ରିକ୍ସା, ଇ-ରିକ୍ସା ଭଳି ସମୟରେ ଆଜି ମଧ୍ୟ ଏପରି ଏକ ସହର ଅଛି ଯେଉଁଠାରେ ଘୋଡ଼ା ଗାଡ଼ି ଚାଲୁଛି । ଘୋଡ଼ା ଗାଡ଼ି , ବଳଦ ଗାଡ଼ି ଏସବୁ ପ୍ରାୟତଃ ବନ୍ଦ ହୋଇଗଲାଣି । ଲୋକମାନେ ନିଜ ଯାତାୟାତକୁ ସହଜ ଓ ସରଳ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଛନ୍ତି । କିନ୍ତୁ ଭାରତର ଏପରି ଏକ ସହର ଅଛି ଯେଉଁଠାରେ ଲୋକମାନେ ଯିବା ଆସିବା ପାଇଁ ଘୋଡ଼ାଗାଡ଼ି ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ତେବେ ଏଭଳି କିଛି ଦୃଶ୍ୟ ମଧ୍ୟପ୍ରଦେଶର ଖରଗୋନ ସହରରେ ଦେଖାଯାଇଛି । ଏଠାରେ ଦିନସାରା ଘୋଡ଼ାଗାଡ଼ି ଚଳପ୍ରଚଳ ହେଉଥିବାର ଦେଖିବାକୁ ମିଳେ । ଯାତ୍ରୀମାନେ ଆନନ୍ଦର ସହ ଯାତ୍ରାକୁ ଉପଭୋଗ କରିଥାନ୍ତି । ଏହା ପୁଣି ମାତ୍ର ୧୦ ଟଙ୍କା ଭଡ଼ାରେ । ଖରଗୋନରେ ଗତ ୫୦ ବର୍ଷ ମଧ୍ୟରେ ପବ୍ଲିକ ଟ୍ରାନ୍ସପୋର୍ଟ ପାଇଁ ଏଠାକାର ଜନସାଧାରଣ ଏହି ଘୋଡ଼ାଗାଡ଼ି ଉପରେ ନିର୍ଭର କରନ୍ତି । ଏହି ଘୋଡ଼ାଗାଡ଼ିକୁ ଟମ୍‌ଟମ୍‌ ମଧ୍ୟ କୁହାଯାଏ ।

ଅନେକ ଆଧୁନିକ ଟ୍ରାନ୍ସପୋର୍ଟ ସୁବିଧା ଥିବା ସତ୍ତ୍ୱେ ଖରଗୋନରେ ଲୋକମାନେ ଘୋଡ଼ାଗାଡ଼ିରେ ଯାତ୍ରା କରିବାକୁ ପସନ୍ଦ କରିଥାନ୍ତି । ପ୍ରଥମ ଥର ପାଇଁ ଖରଗୋନ ଆସିଥିବା ବ୍ୟକ୍ତି ଘୋଡ଼ାଗାଡ଼ିରେ ଯାତ୍ରା କରିବାର ଆନନ୍ଦ ନେଇଥାନ୍ତି । ଏହି ଘୋଡ଼ାଗାଡ଼ି ସକାଳ ୮ଟା ସମୟରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ବସ ଷ୍ଟାଣ୍ଡ ନିକଟରେ ସହଜରେ ମିଳଥାଏ ।

ସୂଚନା ଅନୁଯାୟୀ ଖରଗୋନରେ ପରିବହନର ମାଧ୍ୟମ କମ ଥିବାବେଳେ ଯାତାୟାତ କରିବା ପାଇଁ ଲୋକମାନେ ଘୋଡ଼ାଗାଡ଼ିର ବ୍ୟବହାର କରୁଥିଲେ । କିନ୍ତୁ ସମୟରେ ପରିବର୍ତ୍ତନ ହୋଇଛି ଏହି ଘୋଡ଼ାଗାଡ଼ିର ସଂଖ୍ୟା କମି କମି ଯାଉଛି । ଜଣେ ଘୋଡ଼ାଗାଡ଼ି ଚାଳକ ରାଜେନ୍ଦ୍ର ଗାଙ୍ଗେଲଙ୍କ କହିବା ଅନୁସାରେ ଖରଗୋନରେ ସେ ୪୦ ବର୍ଷ ଧରି ଘୋଡ଼ାଗାଡ଼ି ଚଳାଉଛନ୍ତି । ପୂର୍ବରୁ ଖରଗୋନରେ ୧୫୦-୨୦୦ ଟଙ୍କା ମଧ୍ୟରେ ଘୋଡ଼ାଗାଡ଼ିର ଭଡ଼ା ଥିଲା କିନ୍ତୁ ବର୍ତ୍ତମାନ ଏହାର ଭଡ଼ା ମାତ୍ର ୧୦-୧୫ ଟଙ୍କା ହୋଇଯାଇଛି ।

ଘୋଡ଼ାଗାଡ଼ି ଚାଳକଙ୍କ କହିବା ଅନୁଯାୟୀ ଘୋଡ଼ାଗାଡ଼ିର ଭଡ଼ା ଅଧିକ ନୁହେଁ । ୫୦ ବର୍ଷ ପୂର୍ବରୁ ଘୋଡ଼ାଗାଡ଼ିର ଭଡ଼ା ଟଙ୍କାରେ ହେଉଥିଲା । ଏତେ ବର୍ଷ ପରେ ମଧ୍ୟ ଭଡ଼ାରେ ଅଧିକ ଲାଭ ହୋଇନାହିଁ । ଆଜି ମଧ୍ୟ ଖରଗୋନ ସହରରେ କୌଣସି ସ୍ଥାନକୁ ଯିବା ପାଇଁ ଜଣେ ବ୍ୟକ୍ତି କେବଳ ୧୦ ଟଙ୍କା ଭଡ଼ା ଦେଇ ଘୋଡ଼ାଗାଡ଼ିରେ ଯାତ୍ରା କରିଥାଏ । ଘୋଡ଼ାଗାଡ଼ିରେ ଖରଗୋନ ସହର ବୁଲିବା ପାଇଁ ପର୍ଯ୍ୟଟକ ଏବଂ ଯାତ୍ରୀମାନଙ୍କୁ ସୁବିଧା ମିଳିଥାଏ । ମାତ୍ର ୩୦୦ରୁ ୪୦୦ ଟଙ୍କାରେ ଆପଣ ଘୋଡ଼ାଗାଡ଼ିରେ ସମ୍ପୂର୍ଣ୍ଣ ସହର ବୁଲିପାରିବେ । ତେବେ ଯଦି ଆପଣ କେବେ ଖରଗୋନ ସହରକୁ ଯାଉଛନ୍ତି ଏହି ଘୋଡ଼ାଗାଡ଼ିରେ ଯାତ୍ରା କରିବାକୁ ଭୁଲିବେ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.